ଆଉ ବଇଁଶୀ ବଜାଅ ନାହିଁ
ଆଉ ବଇଁଶୀ ବଜାଅ ନାହିଁ
ଭାବ ବିନୋଦିଆ ଭାବ ଲଗାଇଛି
ଭାବରେ ଭାବରେ ବଇଁଶୀ ବାଉଛି
ଗୋପ ଗୋପୀ ହେଲେ ବାଇ
ଆଉ ବଇଁଶୀ ବଜାଅ ନାହିଁ ।
ବଇଁଶୀର ସ୍ଵନ କଲା ଦୋଚାରୁଣି
ଗୋପ ଗୋପାଳୁଣି ସେ ରାଧା ରମଣୀ
ଖଟା ହୋଇଲାଣି ଠେକିକ ଲବଣୀ
ବିକି ପାରିଲେନି ସେ ହାଟକୁ ଆଣି
ତୋର ବଇଁଶୀକୁ ଚାହିଁ ଚାହିଁ
ଆଉ ବଇଁଶୀ ବଜାଅ ନାହିଁ ।
ଦୁହିଁ ପାରୁ ନାହିଁ କେଉଁ ଗୋପୀ ଗାଈ
କି ମନ୍ତର ଫୁଙ୍କି କଲୁ ତାଙ୍କୁ ବାଇ
କେ ବନ୍ଧା ହେଲେଣି ଖୁମ୍ବ ଦଉଡ଼ାରେ
କେ ଲୁଚି ବସିଛି କବାଟ କଣରେ
କୋଉଥିରେ ମନ ନାହିଁ ନାହିଁ
ଆଉ ବଇଁଶୀ ବଜାଅ ନାହିଁ ।
ହସି ହସାଉଛୁ ଆସି ଗୋପ ପୁର
ଜନ୍ମ କଲା ମାଆ କାନ୍ଦଇ ଅନ୍ତର
ବୁଝି ପାରିଲୁନି ଦିନେ ତାଙ୍କ କଥା
ଆମ୍ଭଙ୍କୁ ଦେଉଛୁ କାହିଁ ଏତେ ବ୍ୟଥା
ଦୁଃଖ ତୁ ବୁଝିଲୁ ନାହିଁ ନାହିଁ
ଆଉ ବଇଁଶୀ ବଜାଅ ନାହିଁ ।