Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Sahu

Inspirational

4.3  

Arjun Sahu

Inspirational

ଶୁଭ କାମନା: ୨୦୨୧

ଶୁଭ କାମନା: ୨୦୨୧

1 min
223



୨୦୨୦ କୁ ଠେଲି ଆସୁଛି ୨୦୨୧

 ନୂଆଁ ଆଶା ନୂଆଁ ସ୍ବପ୍ନ ନେଇ 

କଳଙ୍କର ଟିକା ମୁଣ୍ଡେଇ ୨୦୨୦

 ଯାଉଛି ଧରାରୁ ପଳେଇ ।।

ଆନନ୍ଦ ଉଲ୍ଲାସେ ଆସିଥିଲା ଦିନେ

ଦେବା ପାଇଁ ନବ ବାର୍ତ୍ତା

ମହାମାରୀ ବାଣ୍ଟି ଦେଇ ଯାଉଅଛି

ଭାବିଲେ ଆସଇ ବ୍ୟଥା ।।

ମାଁ କୋଳୁ ପୁଅ କା ଶଙ୍ଖା ସିନ୍ଦୂର

ପୋଛି ଦେଇ ଯାଉଅଛି

କ୍ଷତ ଲିଭି ନାହିଁ ବ୍ୟଥା ଯାଇନାହିଁ

୨୦୨୧ ଧରାକୁ ଆସୁଛି ।।

ପରମ୍ପରା ବଂଶ ଏ ମାନବ ଜାତି

ତଥାପି ସ୍ବାଗତ ପାଳୁଛି

ଜିରୋ ନାଇଟ୍ ରେ ରୋଷଣୀ ଆଲୋକେ

ଲଙ୍ଗଳା ନୃତ୍ୟ ରେ ଝୁମୁଛି ।।

ଆସହେ ୨୦୨୧ ବ୍ୟଥା ପୋଛିନିଅ

ହଟାଇ ଦୁର୍ଦ୍ଦାନ୍ତ କରୋନା

ହସ ଦେଇ ମୁଖେ ୨୦୨୦ ର କ୍ଷତି

କରିଦିଅ ତୁମେ ଭରଣା ।।

ନ ଭୋଗନ୍ତୁ କେହି ଏଭଳି କ୍ଷତ

ଜଗନ୍ନାଥ ଥାନ୍ତୁ ସାହା

ମହା ବଳିୟାର ଭୂଜ ଟେକି ଦେଇ

ବରଷି ଆଶୀଷ ଧାରା ।।

୨୦୨୧ ଯେ ହେଉ ସମସ୍ତଙ୍କ ପାଇଁ 

ସୁଖ ସମୃଦ୍ଧିର ବର୍ଷ

ଦିନ ଅରଜୁନ ପଶୁଛି ଶରଣ 

ରକ୍ଷା କର ଜଗଦୀଶ ।।



Rate this content
Log in

Similar oriya poem from Inspirational