STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପରିବାର ମୋ ଖୁସିରେ ରହୁ

ପରିବାର ମୋ ଖୁସିରେ ରହୁ

1 min
200

ପୂଣ୍ୟ ଫଳେ ମିଳେ ମଣିଷ ଜୀବନ

ବୄଥା ନକର ହେ ଭାଇ

ମାଦକ ପଦାର୍ଥେ ଆସକ୍ତ ନହୋଇ

କର୍ମ ପଥେ ଚାଲ ଭାଇ।୧।


ଅଳ୍ପ ସମୟର ଜୀବନ ଏହି ହେ

ପରିବାର ସେବା କର

ସମ୍ପନ୍ନ ହୋଇଣ ମାତୃଭୂମି ପାଇଁ

ଜୀବନ ଅର୍ପଣ କର।୨।


ବୄଥା କାର୍ଯ୍ୟକ୍ରମେ ଆସକ୍ତ ନ ହୋଇ

ସୁକର୍ମରେ ଦିଅ ମନ

ମାଦକ ପଦାର୍ଥେ ଆସକ୍ତ ନହୋଇ               

ନିଃସ୍ୱାର୍ଥେଟି ଦିଅ ମନ ।୩। 


ନିଜ ପରିବାର ହସି ଉଠିବ ହେ

ନିଃସ୍ୱାର୍ଥ କର୍ମର ବଳେ

ଉନ୍ନତି ହୋଇବ ଦେଶଟି ଆମର

ଆମର ସୁକର୍ମ ବଳେ।୪।


ଅଜ୍ଞାନ କୁ ଛାଡି ଜ୍ଞାନ ଆଚରଣ 

ନିତ୍ୟେ ଆମେ କରୁ ଥିବା           

ଧର୍ମପଥେ ରହି ପବିତ୍ର ମନରେ.               

ଜନସେବା କରୁ ଥିବା ୫।


ଖୁସିରେ ରହିବ ଘରଟି ଆମର

ଆନନ୍ଦେ ରହିବେ ସର୍ବେ

ପରିବାର ସୁଖ ଫେରି ଆସିବ ହେ

ମାଦକ ଛାଡିଲେ ସର୍ବେ।୬।


ପ୍ରଭୁ ପଦେ ଚିନ୍ତା କରୁଥିବା ନିତ୍ୟେ

ସତ୍ୟ ପଥେ ରହି ରହି

ଦୁର୍ଲ୍ଲଭ ଜୀବନ ସାର୍ଥକ ହୋଇବ

କର୍ମ ପଥେ ରହି ରହି।୭।


ପୂଣ୍ୟ ଫଳେ ମିଳେ ମଣିଷ ଜୀବନ

ବୄଥା ନକର ହେ ଭାଇ

ମାଦକ ପଦାର୍ଥେ ଆସକ୍ତ ନହୋଇ                 

କର୍ମ ପଥେ ଚାଲ ଭାଇ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational