Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ବନ୍ଦୀ

ବନ୍ଦୀ

1 min
191



ଆଜି ହେଉ କାଲି

କାମନାର ବିନାଶ ହିଁ ହେବ,

ଶବ ହୋଇ ପୋଡିଯିବ ପିଣ୍ଡ

ବନ୍ଦୀ ଭାବେ କାରାଗୃହେ

କି ଅବା ଶରଶଯ୍ୟାସନେ

ଗଣି ଗଣି କଟିଯିବ ଗୋଟି ଗୋଟି ଦିନ

ଜୀବନ ତମାମ ।


ଇଚ୍ଛା ସବୁ ମରିଯିବେ ଜଳିଯିବେ

ଇଚ୍ଛାଧାରୀ ଦେହ ମଧ୍ୟ

ରୁନ୍ଧି ବାନ୍ଧି ହୋଇଯାଇପାରେ,

ଜୀବନ ସ୍ୱଚ୍ଛନ୍ଦ ମୁକ୍ତ

ଜୀବନକୁ ବନ୍ଦୀ କିଏ କରି ତ ନ ପାରେ,

ଜୀବନ ସଚ୍ଚିଦାନନ୍ଦ

ସତ୍ୟ ଶିବ ସୁନ୍ଦର ଜୀବନ

ଚିରନ୍ତନ ଜୀବନର ଅବଶେଷୁ

ନବନ୍ମେଷ ଲଭେ ହିଁ ଜୀବନ ।


ମିଛ ମାୟା ଏ ସଂସାର

କ୍ଷଣିକ ସୁଖ ମାତର ସ୍ନେହ ଶ୍ରଦ୍ଧା

ସମ୍ପର୍କ ମଧୁର,

ଲୈ।ହର ଶୃଙ୍ଖଳ ଠାରୁ ମଜବୁତ୍

ବେଶୀ ଅଟେ ଲୋଭ ଦ୍ୱେଷ ମୋହ ।


ସମୟ ବହୁତ କମ୍,

ପାରୁଛ ତ ଜୀବନକୁ ବନ୍ଦୀ ମୁକ୍ତ କର,

ଜ୍ଞାନ ଭକ୍ତି ସାଧନା ଯୋଗରେ

ଭରିଦିଅ ଜୀବନର ପାତ୍ର

ମୁକ୍ତ ଭାବେ ନିଜେ ଜୀଇଁ ଶିଖ

ଜୀବନକୁ ସ୍ୱଚ୍ଛନ୍ଦ ରେ ଜୀଇବାକୁ ଦିଅ ।


  


Rate this content
Log in

Similar oriya poem from Inspirational