STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଆମ ସମ୍ପର୍କ

ଆମ ସମ୍ପର୍କ

1 min
191


ସମ୍ପର୍କ ଏକ ମହୁଝରା

ମଧୁର ପିଆଲା ଝୁମିଝୁମି

ହୋଇ ଉଠେ ମତୁଆଲା

ହୋଇ ଉଠେ ସମ୍ପର୍କ 

ନିବିଡ ବନ୍ଧନ ରଜ୍ଜୁରେ ବନ୍ଧା

ମନରେ ଖେଳି ଉଠେ

ଅସରନ୍ତି ପୁଲକରେ ଛନ୍ଦା

ଖେଳାଇ ଦିଏ ଉନ୍ମାଦ

ହୋଇ ଯାଏ ଫଗୁଣର

ଵିଚ୍ଛୁରିତ ରଙ୍ଗ ତୂଳୀରେ ରଙ୍ଗା

କୃଷ୍ଣ ଚୂଡ଼ା ରଙ୍ଗପରି ନିଆରା

ରୁହଇ ଅତୁଟ ଅଭୁଲା 

ସମ୍ପର୍କରେ ଉଠିଲେ ଜୁଆର

ମନ ହୋଇରହେ ଭଙ୍ଗା

ଆବେଗ ସାଜେ ଲେଲିହାନ ଶିଖା

ସବୁ କିଛି ଲାଗଇ ପିତା

ହୋଇ ରହେ ଅସଜଡା

ଭାଙ୍ଗି ଉଠେ ମନ ଆଇନା

ପ୍ରତି ବିମ୍ବ ହୋଇ ଉଠେ ଝାପସା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational