Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Inspirational

3  

Madhusmita Prusty

Inspirational

ସ୍ବାଗତଂ ନବବର୍ଷ

ସ୍ବାଗତଂ ନବବର୍ଷ

1 min
270


ହେ ନୂଆବରଷ ଆସ ତୁମେ ଆସ 

ନୂଆ ଉଦ୍ଦୀପନା ନେଇ, 

ଜୀବନରେ ଅଛି ଯେତେ ଦୁଃଖ କଷ୍ଟ 

ସବୁକୁ ଦିଅ ଦୁରେଇ ।


ବିଗତ ବର୍ଷର ମହାମାରୀ କୋପ 

ସହିଅଛି ପ୍ରତିଜନ, 

ତୁମେ ଆଣିଆସ ସୁଖ ଶାନ୍ତି ବାର୍ତ୍ତା 

ମନେ ଭରି ନୂଆ ସ୍ୱପ୍ନ ।


ଚତୁର୍ଦିଗେ ଭରୁ ସବୁଜ ବନାନୀ 

କ୍ଷେତରେ ସୁନା ଫସଲ, 

ସକଳ ପ୍ରାଣୀର ମଙ୍ଗଳ ମନାସ 

ଦିଅ ବଞ୍ଚିବାର ମୂଲ ।


ଦେଶଦେଶ ମଧ୍ୟେ ଶାନ୍ତି ସଦଭାବନା 

ମୈତ୍ରୀ ଭାବ ହେଉ ଜାତ, 

ଶତ୍ରୁ ନାଶ ହେଉ ଭାରତ ଭୂମିରୁ 

ବୈରୀ ହେଉ ପ୍ରତିହତ ।


ଭାତୃଭାଵ ଜାତ ହେଉ ପ୍ରତି ମନେ 

ନାରୀକୁ ମିଳୁ ସମ୍ମାନ, 

ସ୍ୱାଗତ ତୁମକୁ ଏ ଧରା ବକ୍ଷକୁ 

ଜିଣ ପ୍ରତି ଜନ ମନ ।



Rate this content
Log in

Similar oriya poem from Inspirational