ଭକ୍ତି
ଭକ୍ତି
ଭକତି କୁସୁମ ଚଢାଉଛି ପ୍ରଭୁ
ତୁମରି ଚରଣ ତଳେ।
ହୃଦୟ ଭିତରେ ସାଇତି ମୂରତି
ସ୍ମରୁଥାଏ ସବୁବେଳେ।
ମନ୍ଦମନ୍ଦସ ସୁଧାଧାରସମ
ବରଷେ ଅମୀୟଧାର।
ଯାତନାକୁ ଭୁଲି ତୁମରି କୃପାରେ
ବଞ୍ଚୁଥାଏ ବାରମ୍ବାର।
ଦୂବଘାସଟେ ମୁଁ ମାଟିଲଗ୍ନା ହେଇ
ରହିଅଛି ରହିଥିବି।
ଉପରେ ଉଡିବା ସ୍ବପ୍ନ ନାହିଁମୋର
ପାଦଧୂଳି ପାଉଥିବି।
ଆକାଶେ ଉଠିଲେ ଗର୍ବ ବଢିଯାଏ
ଶ୍ରଦ୍ଧାଭକ୍ତି କ୍ଷୁର୍ଣ୍ନ ହୁଏ।
ତଳେ ରହିଥିବି ତତେ ଛୁଉଁଥିବି
ଏଠି ବ୍ଞ୍ଚିଥିବା ଯାଏ।
ତୋ ଝଡା ତୁଳସୀ ଶରଧା ମୋ ବେଶି
ତୋର ସେ ଅବଢାଭାତ।
ହୋଟେଲ ଭୋଜନ ଫିକା ପଡିଯାଏ
ଲାଗଇ ଯେହ୍ନେ ଅମୃତ।
ତୋ ନିର୍ମଲ୍ୟ ଟିକେ ପଡିଲେ ପାଟିରେ
ଘୁଞ୍ଚିଯାଏ ପାପଭାର।
ତୋ ରଥ ଯାତରା ଦେଖିଦେଲେ ଆଖି
ଡରେନା ଯମ ଦୁଆର।
ସ୍ନାନ ଯାତରା ତୋ ଯିଏ ଦେଖେଥରେ
ହୁଏ ନାହିଁ ପୁନର୍ଜନ୍ମ।
ତୋପରି କାଳିଆ କିଏ ଅଛି ଆଉ
ଗାଇବି କାହାର ନାମ।