STORYMIRROR

Anam Charan Sahoo

Romance

2  

Anam Charan Sahoo

Romance

ଆଠ ରଙ୍ଗ

ଆଠ ରଙ୍ଗ

1 min
122

ମୋ ମନ ସହିତ ତୁମ ମନ ମିଳି

ଆଠ ରଙ୍ଗ ଯେବେ ହେଲା

ପ୍ରଥମ ପ୍ରେମର ସାହାନାଇ ବାଜି

କୁହୁକ ପରଶ ଦେଲା

ହସ୍ତ ଧରି ମୋର ହୃଦ ଅଗଣାରେ

ଯେବେ ତୁ ରଖିଲୁ ପାଦ

ନୂଆ ଦୁନିଆରେ ମନ ମୋ ଉଡିଲା

ଶୁଣି ଓମ୍ ପ୍ରେମ ନାଦ

ଖଣ୍ଡିଉଡା ଦେଇ ପ୍ରେମ ପାରାବାର

ପାରି ହେଲି ତୁମ ସାଥେ

କେତେ ଝଡ଼ ଝଞ୍ଜା ସାହସେ ସହିଲି

ମଣିଷ ଚିହ୍ନିଲି କେତେ

କଣ୍ଟକିତ ପଥ ସୁମନେ ସଜ୍ଜିତ

ସାଥେ ମୁଁ ତୁମକୁ ପାଇ

ଜୀବନରେ ଯେତେ ଦୁଃଖ ସୁଖ ସବୁ

ମିଳିମିଶି ଯିବା ସହି

ଏହି ଭାବ ରଙ୍ଗ ପରଜାପତିଟା

ଆନନ୍ଦ ଖେଳାଇ ମନେ

ପ୍ରେମର ଫଗୁଣ ଜୀବନେ ଭରିଲା

ତୁମ ପ୍ରୀତି ଫୁଲ ଦାନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance