Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଆତଙ୍କବାଦ

ଆତଙ୍କବାଦ

1 min
6.6K


ଆତଙ୍କବାଦ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଆତଙ୍କବାଦର ଧାର

ତ୍ରାହି ତ୍ରାହି ବିଶ୍ୱ ଦରବାର

କେଉଁଦିନ ଆସିଯିବ ବାର

ଯମଙ୍କର ନାହିଁ ଅକ୍ତିଆର

କିଏ କରିବ ନରପିଶାଚଙ୍କଠାରୁ ଉଦ୍ଧାର

କହିପାରୁନି ଦେଶର ସରକାର

ଚତୁର୍ଦ୍ଦିଗେ ଆଜି ହାହାକାର

ଭୁଲିଗଲେଣି ସ୍ନେହ ମମତାର ସ୍ୱର

ନିର୍ମମ ହୃଦୟରେ ପ୍ରହାର

ଅବୋଧ ଶିଶୁଙ୍କର ହତ୍ୟାର ଖବର

ଶୋକାକୁଳ ଆଜି ସଂସାର

କେତେ ମା’ର କୋଳ ହୋଇଛି ଶୂନ୍ୟ

କେତେ ଚାଲିଗଲେଣି ଗଣ୍ୟମାନ୍ୟ

ରକ୍ତରେ ଉବୁଟୁବୁ ଶ୍ମଶାନ

ଖାଲି ଦେଉଛେ ଫମ୍ପା ସ୍ଲୋଗାନ

ପୋତିଥିଲେ ଦିନେ ବିଷର ମଞ୍ଜି

ବୁମେରାଂ ହୋଇଛି ପାଞ୍ଜି

ନିଜ ହାତରେ ନିଜ ସର୍ବନାଶ

ଏହି ପାଠର ଏହାହିଁ ବିଶେଷ

ଦୃଢ଼ ଇଚ୍ଛାଶକ୍ତି,ଏକତାର ସମୟ

ପିନ୍ଧ ଜାତୀୟତା ବେଶ ନକରି ଭୟ

ସାରା ଧରାରେ ହେଉ ପ୍ରଚାର

ସବୁଠାରୁ ବଡ଼ ଏହି ଜହର

ନାହିଁ ଏଥିରେ ବାଦ-ପ୍ରତିବାଦ

ସଭ୍ୟତାକୁ କରିଦେବ ବରବାଦ

ହୃଦୟରେ ସଭିଙ୍କର ଏହି ବୋଧ

ମିଳିତ ହୋଇ ନିଅ ପ୍ରତିଶୋଧ

ମୂଳପୋଛ ହେଉ ଏହି ଭାଷାର ଭେଦ

ଆତଙ୍କବାଦ, ଆତଙ୍କବାଦ ... ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy