STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ଆତ୍ମନିର୍ଭର

ଆତ୍ମନିର୍ଭର

1 min
86

"ଆତ୍ମନିର୍ଭର"

ଶ୍ରମଜିବୀ ସଦା ଲୋଟେ କାଦୁଅ ପଙ୍କରେ

ଦି ମୁଠା ଦି ଓଳି ଖାଇବା ପାଇଁ

ପାତେ ନାହିଁ ହାତ କାହାର ଆଗରେ

ଆପଣାର ସ୍ବାଭିମାନ ବଳି ଦେଇ!

ଲଢୁଥାଏ ସଦା ନିଷ୍ଠୁର ନିୟତି ସାଥିରେ

କେବେ କରେନି କାହାରି ଉପରେ ନିର୍ଭର

ହାତଗଢା ତାର କେତେ ସହର ନଗର

ସଗର୍ବେ ବୋଲାଏ ନିଜକୁ ଆତ୍ମନିର୍ଭର!

ପରାନ୍ନଭକ୍ଷୀ ପରାଙ୍ଗପୁଷ୍ଟ ପରଜିବୀ

ଯେତେ ବୋଲାଇ ବଡପଣ୍ଡା ସମାଜର

ଆନର ଥାଳିରେ ବସାଇଣ ଭାଗ

ଚଳୁ କରେ ସିଂହଭାଗ ଅକାତର!

ଅସାର ଘୃଣିତ ଜୀବନ ଅଟଇ ତାଙ୍କର

ଲକ୍ଷ ଲକ୍ଷ ମେହନତି ମଣିଷର ଭାର

ପରଧନେ ଥାଏ ସଦା ଶ୍ବେନ ନଜର

ଆନ ଦାନେ ପୁରଇ ବିଶାଳ ଉଦର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics