ଆତ୍ମହତ୍ୟା
ଆତ୍ମହତ୍ୟା


ଜୀବନର ଶେଷ ପନ୍ଥା ନୁହେଁ ଜନ
କରିବା ନିଜକୁ ହତ୍ୟା ।
ଆତ୍ମହତ୍ୟା ଠାରୁ ଦୂରେଇ ରହିବା
ଆସୁ ଯେତେ ଝଡ଼ ବାତ୍ୟା ।।୧
ପ୍ରତି ସମସ୍ୟାର ଅଛି ସମାଧାନ
ହେଉ ପଛେ ଯେତେ ବଡ଼ ।
ସମାଧାନ ପଥ ଖୋଜିଲେ ହଟିବ
କ୍ଷଣିକେ ସମସ୍ୟା ଝଡ଼ ।।୨
କିଏ କଣ କଲା କଣ ହାନି ହେଲା
ନ ଭାବି କରିବା କାମ ।
ମଣିଷ ଜୀବନ ସଂଘର୍ଷ ରେ ପୂର୍ଣ୍ଣ
ଜୀବନ ଅଟେ ସଂଗ୍ରାମ ।।୩
ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ
ଇଏ ବିଧିର ବିଧାନ ।
ଟିକେ ସହିଗଲେ ସବୁ ହଟି ଜୀବ
ସ୍ଥାୟୀ ନୁହେଁ ଚିରଦିନ ।।୪
କେହି ଛାଡି ଗଲେ ଅବା ଧୋକା ଦେଲେ
ଭାଙ୍ଗନା ମନ ଆଇନା
।
ମନକୁ ଆମର କରିବା ବଜର
ଦେବାନି ହେବାକୁ ଚୁନା ।।୫
ଅନେକଙ୍କ ଅଛି ସମସ୍ୟା ବହୁତ
ଦେଖିଆସ ତାଙ୍କୁ ଥରେ ।
ତଥାପି ଜୀବନେ ହସାନ୍ତି ସେମାନେ
ଅଛି ଯେ ଭାଇ କଷ୍ଟରେ ।।୬
ଦେଖ ଥରେ ଯାଇ ତାର ପିତାମାତା
ଦେଖ ତାର ପରିବାର ।
ଆତ୍ମହତ୍ୟା ପରେ ସନ୍ତାନର ଘରେ
କେମିତି ଅଛନ୍ତି ନର ।।୭
ପଚାରି ଆସସେ ବୁଢ଼ୀ ମାଆ ଟିକୁ
ପଚାର ବିଧବା ନାରୀ ।
ଯୁବା ପୁଅ ତାର ସ୍ବାମୀ ସେ ନାରୀର
ଯାଇଛି ଯାହାର ମରି ।।୮
ଆତ୍ମ ହତ୍ୟା ଭୂତ ମନରେ ପ୍ରବେଶ
ନଦେବା କେବେ ପୁରେଇ ।
ବହୁମୂଲ୍ୟ ଏହି ମାନବ ଜୀବନ
ସାର୍ଥକ କରିବା ଭାଇ ।।୯