STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଆତ୍ମଘୋଷିତ ଭଗବାନ

ଆତ୍ମଘୋଷିତ ଭଗବାନ

1 min
14.3K


ଏଇ ଦୁନିଆରେ ଯେତେ ଫଟକାର

ସବୁତ ହୋଇଲେ ବାବା

ଚିକଣିଆ ଚିକଣିଆ ଭାଷଣ ଦେଇ

ସଭିଙ୍କୁ କରିଲେ କାବା

ମନ୍ତ୍ରୀ ଠାରୁ ଯନ୍ତ୍ରୀ ଯାଏ

ସଭିଙ୍କୁ ବାୟା କରିଲେ

ଭୋଗ ବିଳାଶରେ ଆନନ୍ଦ ମନରେ

ଜୀବନକୁ କଟାଇଲେ

ଯାହା ଇଛା ତାହା କଲେ

ଆଜିର ମଣିଷ ଆଧୁନିକ ହୋଇ

ଗୋଲାମ ତାଙ୍କର ହେଲେ

ସାରଥୀ ସୁର ଆସାରାମ ବାବା

ଜାହାତ କରମ କରିଲେ

ରାମରହିମ ବାବା ବାହାରି

ସମସ୍ତଂକୁ ବଳି ଗଲେ

ଧନ୍ୟ ଧନ୍ୟରେ ମଣିଷ ଜାତି

ନିଜ ବାପା ମାଆ ଘରେ ଥାଉ ଥାଉ

ବିଶ୍ୱାସ କଲ କେମିତି

ସମ୍ପତି ଦେଲ ଇଜ୍ଜତ ଦେଲ

ସରଣ ତାଙ୍କର ନେଲ

ଚଳନ୍ତି ଠାକୁର ବାପମାଆଙ୍କୁ

ଘରେ ଅବହେଳା କଲ

ମରଣକୁ ଯଦି ଏତେ ଡ଼ର ତୁମ

ବାପା ମାଆ ସେବା କର

ଏ ବାବା ମାନଙ୍କ ଭୁତ କଥାକୁ

ମନରୁ ବାହାର କର

ନହେଲେ ହେଇଯିବ ନାରଖାର ।


ନିରଞ୍ଜନ


Rate this content
Log in

Similar oriya poem from Inspirational