ଆତ୍ମଚିନ୍ତନ
ଆତ୍ମଚିନ୍ତନ
ଇଚ୍ଛା ଥିଲା ଆକାଶରେ ଉଡ଼ିବାକୁ !
ମାଟି ମନାକଲା ବୋଲି ଜୀବନଟା ଖୁବ୍
ଅସ୍ଥିତ୍ବହୀନ ହେଇ ପଡ଼ିରହିଲା ,
ଦୁନିଆଟାକୁ ଚିହ୍ନି ଯିବାକୁ ।
ଏ ଦୁନିଆକୁ ଚିହ୍ନିବା ଏଡେ କଷ୍ଟକର ସତେ !
ସାର୍ କହିଦେଲା ପରି ମନେ ପଡିଗଲା ମୋର ,
ଫିଜିକ୍ସ ବହିର ଲ' ମାନଙ୍କର ମାଧ୍ୟମ ।
କେସ୍ ବିନା ଫିଜିକ୍ସରେ କାଳେ ଲ' ସବୁ ଅର୍ଥହୀନ !
ଇଲେକ୍ଟ୍ରୋନିକ୍ସ ମନୋକ୍ରୋମ ଟେଲିଭିଜନ ,
ସର୍ଟ ସର୍କିଟ ର ବ୍ଲକ୍ ଡାଇଗ୍ରାମ୍ ,
ମନେ ପଡିଗଲା କେହିଜଣେ କହିଥିବା କଥାଟିଏ -
"ଇଲେକ୍ଟ୍ରୋନିକ୍ସ ଜୀବନରେ କାମ ଦିଏନା !"
ହେଲେ କାହିଁକି କେଜାଣି ମୋତେ ଜଣାଯାଏ ,
ବିଜ୍ଞାନ ଓ ଜୀବନ ଉଭୟ ପରିପୂରକ ,
ସେଥିପାଇଁ ବୋଧେ ଏବେ ଖୁବ୍ ନିର୍ବିକାର ଲାଗେ !
ଜୀବନର ଅଖଗୁଳାରେ ଚାଲୁଚାଲୁ ,
ଘର୍ଷଣର ପ୍ରଭାବରେ ମୁଁ ଜଡିସଡି ଯାଏ
ଖାଲି ମୋ ଆପଣାର ସ୍ନେହୀ ପଣରେ !
ଏବେ ଦିନ ସରେ ବିଜ୍ଞାନ ବହିରେ !
ରାତି ପାହେ ମୋର ଟିଭିର ବ୍ଲକ୍ ଡାଇଗ୍ରାମ୍
ଅବା ସିସିଟିଭି କିମ୍ବା ଭିସିଆର୍ ର ସର୍ଟ ସର୍କିଟ ରେ !
ତଥାପି ଜୀବନଟା ଅବୁଝା ରହିଯାଏ ,
ସଂସାର ଗୋଟାକର ମିଥ୍ୟା ଆଶ୍ୱାସନା , ପ୍ରତାରଣା
କିମ୍ବା ସ୍ନେହ ଅବା ଭଲ ପାଇବାର ମିଛ ନାଟକବାଜରେ !
ତଥାପି ମୁଁ ବଞ୍ଚେ ,
କେଉଁ ରାଜଜେମା ଆସିବାର ଆଗତ ପୂର୍ବାନୁମାନରେ ,
ଅବା କାହା ସ୍ନେହ , ଶ୍ରଦ୍ଧା ଆଉ ଭଲପାଇବାର
ଆତ୍ମୀୟତାସକ୍ତ ଗୋଟେ ଅଜବ ଖିଆଲରେ !
