The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Manaswini Dash

Inspirational

3  

Manaswini Dash

Inspirational

ଆତ୍ମା

ଆତ୍ମା

1 min
25


ଜୀବନ ଆରମ୍ଭରୁ ଆଜିଜାଏ କେବେବି ଅନୁଭବ କରିନି 

ଆତ୍ମାର ଧିକାର, ଅପମାନ ଆଉ ଅତ୍ୟାଚାର ,

ଜେମିତି ସବୁକିଛି ଏକ ଅସମ୍ଭବର ନୀଡ଼ ରଚନା 

ଅଭୂତପୂର୍ବର ଆବିଷ୍କାର, ବିସ୍ଲେସଣ ଏବଂ ସମାଧାନର ପ୍ରୟାସ ।


ସତେଯେମିତି ଏକ ବନ୍ଦୀ ଜୀବନର ନିଚ୍ଛକ ପ୍ରତିଫଳନ 

ଜୀବନ ଆଜି ଅତିଷ୍ଠ, ଆତ୍ମା ଆଜି ଜର୍ଜରିତ 

ଏକ ମୁକ୍ତ ନିଶ୍ୱାସ ପ୍ରତୀକ୍ଷାରେ ବୀତସ୍ପୃହ ଆଜି ହୃଦୟ ,

ସମ୍ପର୍କର ନିବିଡତାକୁ ଉପଲବ୍ଧି କରିବାକୁ ଛଟପଟ 

ସବୁ ମୁହୁର୍ତରେ ଆତଙ୍କର ପରିପ୍ରକାଶ ।


ଆଜି ଏ ଆତ୍ମା ବାଧ୍ୟ କରୁଛି ଭାବିବାକୁ ଯେ 

ଏ ସବୁ କଲା କର୍ମର ଫଳ 

ଅନ୍ୟକୁ ଯନ୍ତ୍ରଣା ଦେଇ, ଅନ୍ୟର ସ୍ୱାଧୀନତାକୁ ଛଡେଇ 

ଜେମିତି ଏ ଯନ୍ତ୍ରଣାକୁ ଆମନ୍ତ୍ରଣ କରିଛି ନିଜ ହାତରେ 

କରୋନା ଶିଖେଇଦେଇଛି ନୂତନ ଭାବରେ ବଞ୍ଚିବାର କଳା ।


ଅଭିଶପ୍ତ ଜୀବନକୁ ଘୃଣା କରିବାର ସ୍ପୃହା 

ଆଉ ଅନ୍ୟକୁ ବନ୍ଦୀରଖି ଆତ୍ମବଡ଼ିମା ଦେଖେଇବାର ବୃଥା ପ୍ରୟାସର ପରିଣାମ ,

ସମୟ ଅସିଛି ସୁଧୁରିବାର ଆଉ ସୁଧରିବାର 

ଏ ଆତ୍ମାକୁ ଏକ ନୂତନ ଦିଗଦର୍ଶନ ଦେବାର ।



Rate this content
Log in

More oriya poem from Manaswini Dash

Similar oriya poem from Inspirational