ଆତ୍ମ ସନ୍ତୋଷ
ଆତ୍ମ ସନ୍ତୋଷ
ସତେ କି ଭେଦନ୍ତି ଅନ୍ତର୍ଜାଗରଣ
ରହସ୍ୟ ଯେତେ ଯେ ଅଛି
ଅନୁଭବେ ଅନୁଭବ ମୁଁ କରନ୍ତି-
ଜଗନ୍ନାଥ ଜୀବ ପ୍ରାଣେ ରହିଛି
ଭାବନା ମହତ୍ତ୍ବ ଭାବେ ଅକର୍ଷିତ
ଆକର୍ଷଣ ଡୋରେ, ବନ୍ଧା ପଡନ୍ତି
ତୋ ପାଦ-ପଦ୍ମରେ ସମର୍ପିତ ମନେ
ଦୁର୍ଗମ ପଥକୁ ପାର କରନ୍ତି-
ଏକନିଷ୍ଠମନେ ହରଷେ ବିରଷେ
ସମଭାବାପନ୍ନେ-ଚାଲି ପାରନ୍ତି
ଉତ୍ତମ ସେ ମାର୍ଗ ଆଚାର ବ୍ୟବହାର
ପଥ ଆଦର୍ଶରେ ଧନ୍ୟ ମଣନ୍ତି
ବିସର୍ଜନ ପଥେ ଶରୀର ରଥକୁ
ଯମ ଦଣ୍ଡ ଠାରୁ ପାର କରନ୍ତି
ସରଳ ପ୍ରାଣରେ ସରଳତା ମାର୍ଗେ
ସରଳ ମୃତ୍ୟୁ କୁ ପାରି ହୁଅନ୍ତି
ଞାନ ବୁଦ୍ଧି ବଳେ ତୋ ଦିବ୍ୟ ଞାନରେ
ଭବ ସାଗରରୁ ପାରି ହୁଅନ୍ତି ।
