STORYMIRROR

Amarnath Barick

Classics

3  

Amarnath Barick

Classics

ଆତ୍ମ ସମୀକ୍ଷା

ଆତ୍ମ ସମୀକ୍ଷା

1 min
50

       ବିଶ୍ୱାସି ସରଳ ବ୍ୟକ୍ତି ପାଏ ଦୁଃଖ

          ଥରେ ନୁହେଁ ବାରମ୍ବାର,

       ଭଲ ଅବା ମନ୍ଦ ପରଖି ନ ପାରେ

          କିଏ ପର ଆପଣାର ।।


       ଅନ୍ୟକୁ ସହଜେ କରଇ ବିଶ୍ୱାସ

         ବାଣୀ ତା ମଣି ପୀୟୂଷ,

       ନିଜେ ସେ ନିଜର ସମୀକ୍ଷାର ପାତ୍ର

         ନ ଦେଖେ କାହାର ଦୋଷ ।।


       ଆତ୍ମ ସମୀକ୍ଷାଟି ଏହି ଧରା ଧାମେ

           ଉତ୍ତମ ଗୁଣର ଜ୍ଞାନ,

       ଭାଙ୍ଗେ ଅହଙ୍କାର ଶିଖାଏ ସଂସ୍କାର

         ଲଗାଇଲେ ତା'ଠି ମନ ।।


       ଦୃଷ୍ଟ ଜନ କେବେ ନ କରେ ସମୀକ୍ଷା

          ନ ଛାଡେ ଶ୍ୱାନତା ପଣ,

       ସାମାଜିକ ଭାଵ ଜାଣେନାହିଁ ଟିକେ

           ଖୁଣରେ ଦକ୍ଷତା ଗୁଣ ।।


        ନିତ୍ୟ ନିୟମିତ ଯାହା ସବୁ କରେ

           କାର୍ଯ୍ୟରତରେ ଲିପ୍ତ,

        ଯଦି ବିଚାରିବ ଆତ୍ମ ସମୀକ୍ଷାରେ

          ଘୃଣ୍ୟ ମୋହ ହେବ ଲୁପ୍ତ ।।


        ଜୀବନ ତରାଜୁ ସୁଖ ଦୁଃଖ ଭରା

          ଦୁଇ ପାଖେ ଦୁଇ ପାଲା,

        ବେଳ ଥାଉ ନିଅ ତଉଲି ନିଜକୁ

         ପାପ ପୁର୍ଣ୍ୟ କେତେ ହେଲା ।।


        ପାରିଲେ ସମ୍ଭାଳି ନିଜ ଚରିତ୍ରକୁ

           ମହତ୍ତ୍ୱରେ ହେବ ଗଣା,

        କଲେ ଜପାମାଳି ଆତ୍ମ ସମୀକ୍ଷାକୁ

          ପରତେ ନ ହେବ ବଣା ।।


         ଇଅର ପିଅର ଭାବରେ ଜହର

            ରହିଥାଏ ଯେ ଅନେକ,

        କାମନା ବାସନା କରିବା ଆଶାରେ

            ନୁହେଁ ଆତ୍ମ ସମୀକ୍ଷକ ।।


.          


Rate this content
Log in

Similar oriya poem from Classics