STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଆସୁଛନ୍ତି ମା ଜଗଦମ୍ବୀ

ଆସୁଛନ୍ତି ମା ଜଗଦମ୍ବୀ

1 min
13.5K


ନୀଳ ନଭେ ନୀଳାମ୍ବୁଦ ଧାରାକି ବୋହିଲା

ମେଘମାଳା ସତେ ଗଙ୍ଗା ଜଳକୁ ଭ୍ରମିଲା

ଧରତୀ ଚାମର ଦେଖ କାଶତଣ୍ଡୀ ହେଲା

କୁମୂଦ କମଳ ଲାଗେ ସ୍ୱାଗତେ ମୋହିଲା


ଧରଣୀ ଅମ୍ବର ସାଥେ ମିଳନ ସୁଢଳ

ମହୀ ସାଜେ କେତେ ରଙ୍ଗେ ବେବାକୁ କଲ୍ଲୋଳ

ଆଗମନ ହେବେ ମାତା ମନ୍ଦାରେ ମଞୁଳ

ମା' ମା ଡାକ ଡାକି ଉଡେ ଗେଣ୍ଡାଳିଆ ମାଳ


କାତ୍ୟାୟିନୀ ମାତା ଧରା ଧାମରେ ଧିମାନୀ

ସଙ୍କଟ ତାରିଣୀ ସେ ଯେ ଦୁର୍ଗତି ନାଶିନୀ

କହେ କୋଟି କଣ୍ଠ ତୁ ତ ଅଧିର ଅଧିନୀ

ଦୂର ହେଉ ଦୁଃଖ ଦିନ କଷଣ ଯାମିନୀ


ସାନ୍ତ୍ୱନା ଦିଅ ଗୋ ମାତା ସନ୍ତାନେ ବ୍ୟାକୁଳ

ଆଶ୍ୱାସନା ଆଶା ଯେଣୁ ସଂସାର ଶଙ୍କୁଳ

ଦୁଷ୍ଟ ନାଶନରେ ତୋର କରେ କରବାଳ

ଆଶା ଆମ ଆଶରୟ ତୋହରି ଆଞ୍ଚଳ


ମହିଷମର୍ଦ୍ଦିନୀ ମାତ ଦୁର୍ଗତି ନାଶିନୀ

ଭକ୍ତି ଅର୍ଘ୍ୟ ଘେନାକର କରାଅ ପାବନୀ

ନବଦିନେ ନବରସ ନବଧା ଭକତି

ସଦୟ ଗୋ ହୁଅ ମାତ ଭରିଦିଅ ଶକ୍ତି


ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational