STORYMIRROR

Kishore Nayak

Children

3  

Kishore Nayak

Children

"ଆସୁଛନ୍ତି 'ମା 'ଦୁର୍ଗେ ଦୁର୍ଗତିନାଶିନୀ "

"ଆସୁଛନ୍ତି 'ମା 'ଦୁର୍ଗେ ଦୁର୍ଗତିନାଶିନୀ "

1 min
232


ଶରତର ଆଗମନେ ଦେଖ 

         ଫୁଟିଲାଣି କାଶତଣ୍ଡୀ 

ଆମ ଗାଁ ପଥ ଧାରେ ନଦୀ କୂଳେ 

         ପାଟ-ଗହୀରକୁ ମଣ୍ଡି ll

ଶୁଭ୍ର ରଙ୍ଗେ ଝଲସଇ ତାର

      ସେଇ ମୁଗ୍ଧଜ୍ୟୋତି ଆଭା 

ପୁଲକିତ କରେ ମନ ପ୍ରାଣ 

        ତାର ଅପରୂପ ଶୋଭା ll

ଦେଖ ହେ ଜଗତବାସୀ ଫେଡ଼ି 

        ବେନି ନୟନକୁ ଥରେ 

ଆସୁଛନ୍ତି ଦୁର୍ଗତିନାଶିନୀ "ମା"

        ପୁଣି ଏଇ ଧରା ପରେ ll

ଆସରେ କରିବା ସର୍ବେ ତାଙ୍କୁ 

         ପୁଣି ଭକ୍ତି ଆବାହନ 

ଦୂରହେଉ ଏ ଧରାରୁ ଯେତେ 

        ପାପ-କଳୁଷ-ଅଜ୍ଞାନ ll

ମୁକ୍ତ ହେଉ ଏଇ ବସୁନ୍ଧରା 

        ପାପ କଳ୍ମୁଷ କବଳୁ 

ସତ୍ୟ ନ୍ୟାୟ ଧର୍ମ ପଥେ ସଦା 

      ଏ ସଂସାର ସୁଖେ ଚଳୁ ll 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children