Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଆସୁଛି ରଜ ପରବ

ଆସୁଛି ରଜ ପରବ

1 min
366


ଆସୁଛି ରଜ ମଉଜ

ଗାଆଁ ଓ ସହରେ ଖୁସିର ମଉଜ 

ଆସୁଛି ଦୋଳି ମଉଜ

            ଆସୁଛି ରଜ ମଉଜ ।


ଗଣପର୍ବ ଏହା ତିନି ଦିନ ଧରି

ଓଡ଼ିଆ ପାରମ୍ପରିକ

ହୁଏ ରଜ ପର୍ବ ଏ ବିଚ୍ଛିନ୍ନାଞ୍ଚଳେ 

ମନ କେତେ ଉତ୍ସୁକ

           ଆସୁଛି ରଜ ମଉଜ ।


ରଜ ସଂକ୍ରାନ୍ତିର ପୂର୍ବର ଦିନଟି

ରଜର ପହିଲି ପରା

ରଜ ସଂକ୍ରାନ୍ତି ଟି ଦ୍ବିତୀୟ ଦିବସ

ଖୁସିରେ ପାଳିତ ସାରା

          ଆସୁଛି ରଜ ମଉଜ ।


ତୃତୀୟ ଦିବସ ଭୂମିଦାହ ପରା

କୁହନ୍ତି ଭୂମି ଦହନ 

ଚତୁର୍ଥ ଦିବସ ବର୍ଣ୍ଣିତ ଏ ଶାସ୍ତ୍ରେ

ବସୁମତୀଙ୍କ ଏ ସ୍ନାନ

         ଆସୁଛି ରଜ ମଉଜ ।


ରଜ ଅର୍ଥ ଯହିଁ ରଜବତୀ ପରା

ଧରିତ୍ରୀ କୁ ହିଁ ଇଙ୍ଗିତ

ହେବ ଭଲ ଶସ୍ୟ ଭଲ ବୃଷ୍ଟି ହେବ

ଚାଷୀଭାଇ ଆନନ୍ଦିତ

         ଆସୁଛି ରଜ ମଉଜ।


ବସୁମତୀ ପୂଜା କରେ ଟି କୃଷକ

ରଜ  ପର୍ବ  ଉତ୍ସବରେ

ହଳ ଓ ଲଙ୍ଗଳ କରେ ସେ ପୂଜନ 

ଫସଲ ହେଉ ଭଲରେ

        ଆସୁଛି ରଜ ମଉଜ ।


ଗାଆଁରୁ ସହର ପ୍ରେମ ଓ ପିରତି

ଖୁସିରେ ଯୁବା ଯୁବତୀ

ଦୋଳିର ମଉଜ ରଜର ସଙ୍ଗୀତ

କରେ ଉତ୍ସାହିତ ଅତି

       ଆସୁଛି ରଜ ମଉଜ।


ପିଠାପଣା ପରା ଓଡ଼ିଆ ଙ୍କ ଘରେ

କହିଲେ ତା ନ ସରେ

ସ୍ବାଦିଷ୍ଟ ବ୍ୟଞ୍ଜନ ରଜରେ ନିର୍ମିତ

ଖୁସି ଓ ଆନନ୍ଦ ଘରେ

      ଆସୁଛି ରଜ ମଉଜ ।


ବିଭିନ୍ନ ଦୋଳି ଟି ନିର୍ମିତ ରଜରେ

ରାମ ଦୋଳି ଚକ୍ର ଦୋଳି

କେଉଁଠି ଦିଶିବ ପାଟଦୋଳି ପରା

ଦିଶିବା ଏ ଦାଣ୍ଡିଦୋଳି

      ଆସୁଛି ରଜ ମଉଜ ।


ଗୀତରେ ଗୁଞ୍ଜିବ ପରା ଏ ଧରିତ୍ରୀ

ବର୍ଷିବ ପ୍ରେମ ସଙ୍ଗୀତ

ବାଜିବ କାହାଳୀ ବାଜିବ ମୃଦଙ୍ଗ

ଅମୃତ କାଳ ଉମଙ୍ଗ

      ଆସୁଛି ରଜ ମଉଜ।


ଅମୃତ କାଳର ରଜ ଏହୁ ପରା

ଦ୍ଵାପର ଯୁଗର ପରି

ରାଧାକୃଷ୍ଣ ପରି ଦୋଳି ଝୁଲୁ ଥିବେ

ଆଜିର ଏ ଯୁବା ନାରୀ

      ଆସୁଛି ରଜ ମଉଜ ।


ନୂଆ ଭାରତର ବୈଭବ ଗୁଞ୍ଜୁଛି

ଦୁନିଆ ଟି ପରା ସାରା

ସଂସ୍କୃତି ସଂସ୍କାର ଆନନ୍ଦ ଉଲ୍ଲାସେ

ଦେଖିବ ବିଶ୍ବ ଟି ପରା

     ଆସୁଛି ରଜ ମଉଜ ।


Rate this content
Log in

Similar oriya poem from Abstract