ଆସୁଛି ମକର
ଆସୁଛି ମକର
ଚାରି ଆଡେ ଆଜି ଖୁସି ଓ ଉଲ୍ଲାସ
ଆନନ୍ଦ ଦିନଟି ଆଜି
ଉତ୍ତରାୟଣ ହେବେ ସୂର୍ଯ୍ୟଦେବଯହିଁ
ଶୁଭ ମୁହୂର୍ତ୍ତଟି ସାଜି।
ଥିଲେ ଭୀଷ୍ମଦେବ ସରଶଯ୍ୟାପରେ
ପାବନ ଦିନ ଟି ଯହିଁ,
ଉତ୍ତରାୟଣ ଟି ସୂର୍ଯ୍ୟ ଦେବଙ୍କର
ମୄତ୍ୟୁ ବରଣ ଟି ତହିଁ।
ମକର ସଂକ୍ରାନ୍ତି ଶୁଭ ମୁହୁର୍ତ୍ତ ଟି
ସୂର୍ଯ୍ୟ ଆରାଧନା ଯହିଁ,
ଅନ୍ଧାରୁ ଉଠିଣ ନଦୀକୁ ଯାଇଣ
ଭକ୍ତିରେ ସ୍ନାନାଦି ତହିଁ।
ସ୍ନାନାଦି ସାରିଣ ନିସ୍ବାର୍ଥ ଭକ୍ତିରେ
ଦେବ ଆରାଧନା ପରା
ନୂତନ ପୋଷାକ ଧାରଣ କରିଣ
ସଂକ୍ରାନ୍ତି ମିଳନେ ସାରା।
ଘର ଘର ଯହିଁ ତିଳ ଲଡୁ ପିଠା
ଭକ୍ତିଚିତେ ଟି ଗ୍ରହଣ,
ଗାଆଁ ଓ ସହର ବନ୍ଧୁ ଓ କୁଟୁମ୍ବ
ମକର ଚାଉଳ ଭକ୍ଷଣ।
ଆସେ ବର୍ଷପରେ ମକରସଂକ୍ରାନ୍ତି
ଖୁସି ଉତ୍ସବର ଦିନ
ଚାହିଁ ରହି ଥାନ୍ତି ଦେଶର ଜନତା
ଆନନ୍ଦ ଜନଙ୍କ ମନ।
ମକର ସ୍ନାନ ଏ ପବିତ୍ର ସ୍ନାନ ଏ
ବର୍ଣ୍ଣିତ ଟି ହିନ୍ଦୁ ଶାସ୍ତ୍ର,
ପ୍ରେମଭକ୍ତିଶ୍ରଦ୍ଧା ପୂଜା ଓ ଅର୍ଚ୍ଚନା
ପବିତ୍ର ଦିନର ଅସ୍ତ୍।
ଦେବୀ ଓ ଦେବତା ଗନ୍ଧର୍ବ କିନ୍ନର
କରନ୍ତି ମକର ସ୍ନାନ,
ମୁନି ଋଷି ଶନ୍ତ କରନ୍ତି ଟି ସ୍ନାନ
ଶୁରୁ ଟି ପବିତ୍ର ଦିନ।
ସୂର୍ଯ୍ୟଙ୍କର ତେଜ ବୃଦ୍ଧି ଆଜି ଠାରୁ
ହୁଏ ମାଙ୍ଗଳିକ କାର୍ଯ୍ୟ,
ଦେବ ଦେବାଳୟ ସୁସଜ୍ଜିତ ଆଜି
ହୁଏ ସାଂସ୍କୃତିକ କାର୍ଯ୍ୟ।
ଜଗାଙ୍କ ପୂଜନ ଚରଣେ ତାଙ୍କର
କରେଟି ଭକ୍ତ ଭକ୍ତିରେ,
ବିଶ୍ବର ମଙ୍ଗଳ ପାଇଁ ଆରାଧନା
ପୂଜନ ଭକ୍ତି ଆଦରେ।
ରାଷ୍ଟ୍ର ଶକ୍ତିଶାଳୀ କର ଜଗନ୍ନାଥ
ଶୁଭ ସଂକ୍ରାନ୍ତି ଆଜି,
ଯୁଦ୍ଧର ତାଣ୍ଡବ ବନ୍ଦ ହେଉ ବିଶ୍ବେ
ଥାଉ ସମଭାବ ସାଜି।
ମକର ସଂକ୍ରାନ୍ତି ପବିତ୍ର ଦିନହେ
ଶୁଭକାମନା ଟି ଆମ,
ହାର୍ଦ୍ଦିକ ଶୁଭେଚ୍ଛା ବିଚ୍ଛିନ୍ନାଞ୍ଚଳରୁ
ଅଭିନନ୍ଦନଟି ଆମ।
