ଆସ୍ତିକର ଆକୁସ୍ତି
ଆସ୍ତିକର ଆକୁସ୍ତି
ଅନ୍ତହୀନ ଆଲୋଡନ ଯାହା ଜାଗେ,
ଈଶ୍ଵରଙ୍କ ଛବି ଯେବେ ଭାସେ ଆଗେ |
ରୋମାଞ୍ଚନ, ଶିହରଣ ବା ଆବେଗ
ଊଦ୍ରିତ ଯା ଭାବ ସ୍ଥିତିରୁ ସଂବେଗ |
ଚନ୍ଦନ-ସିନ୍ଦୁର-ନାମାବଳି-ପଇତା
ଅନୁଭବୀ ଭାବଦୃଷ୍ଟିରେ ସାଇତା |
ଆସ୍ତିକର ଆକୁସ୍ତି ଯା' ସେ ଲୋଡେ
ଯେବେ ଯେବେ ତୁମ ସ୍ମୃତି ମନେ ପଡେ |