ଆସ୍ଥା ଓ ଆଶଙ୍କା
ଆସ୍ଥା ଓ ଆଶଙ୍କା
ସ୍ଥିତି ସୁଧୁରୁଛି ଭୟ ବି ଘାରୁଛି
ଯାଇନି କୋରନା ଚିନ୍ତା
ଜୀବନ ଜୀବିକା ବଞ୍ଚେଇବା ପାଇଁ
ସରକାର ମୁଣ୍ଡ ବଥା
ଦ୍ଵିତୀୟ ପର୍ଯ୍ୟାୟ ତାଲା ବନ୍ଦ୍ ବେଳ
ଅବଧି ହୋଇନି ଶେଷ
କୋହଳ ହେଉଛି ବଅନ୍ଦ୍ ଆଇନି
ମିଳିବାକୁ କାର୍ଯ୍ୟାଦେଶ
ସ୍ଥାନ କାଳ ସ୍ଥିତି ବିଚାରକୁ ନେଇ
ସରକାରଙ୍କର ନୀତି
ସାଧାରଣ ଜନେ କିପରି ମାନିବେ
ମନରେ ଆସୁଛି ଭୀତି
ଅଫିସ ଚାଲିବ ଚାଷ କାମ ହେବ
ଚାଲିବ ନିର୍ମାଣ କାର୍ଯ୍ୟ
ଦୋକାନ ବଜାର ହେବ କାରବାର
ନିୟମକୁ କରି ଧାର୍ଯ୍ୟ
ଗୃହବନ୍ଦୀ ବେଳେ ବିନା ଗହଳିରେ
ନିୟନ୍ତ୍ରଣ ନୀତି ପନ୍ଥା
ପୋଲିସ ଶାସନ ନାକେଦମ୍ ହୋଇ
ବଢିଥିଲା ମୁଣ୍ଡ ବ୍ୟଥା
ଜନସାଧାରଣ ବିନା କାରଣରେ
ବୁଲିବା ବଦ ଅଭ୍ୟାସ
ପୋଲିସ ସେନାଙ୍କୁ ଚକମା ଦେଇଛି
ମିଥ୍ୟା ଅଭିନୟ ଦୃଶ୍ୟ
ଅନେକ କଷଣ ଯନ୍ତ୍ରଣା ଭିତରେ
ରାତିଦିନ ରହି ବ୍ୟସ୍ତ
ସୁରକ୍ଷା ଦେବାରେ ଅବହେଳା ନାହିଁ
କର୍ତ୍ତବ୍ୟରେ ଥିଲେ ରତ
ଦୋକାନ ବଜାର ଗହଳି ବଢିଲେ
ଖୋଲିବ ବିପଦ ପେଡି
କେଉଁ ମନ୍ତ୍ର ପଢି ପୋଲିସ ଶାସନ
ପେଡିରେ ବାନ୍ଧିବ କଡ଼ି
ସହର ଭିତରେ ବହୁ ଗଳିକନ୍ଦି
ସାହି ବସ୍ତି ରାସ୍ତା ଘାଟ
ଗହଳି ହୋଇଲେ କିପରି ଜାଣିବା
କୋରନା ହେବନି ଭେଟ
ଗାଆଁ ଗହଳିରେ ପଞ୍ଚାୟତ ସ୍ତରେ
ସରପଞ୍ଚ ଜିଲ୍ଲାପାଳ
କ୍ଷମତାକୁ ପାଇ ରାଜନୀତି କଲେ
ବଢିବ କୋରନା କାଳ
ବାହାର ରାଜ୍ୟରୁ ଶ୍ରମିକ ଆସିବେ
ଜୀବନ ଜୀବିକା ହାରି
ବିଧି ବ୍ୟବସ୍ଥାରେ ସଙ୍ଗରୋଧ ପାଇଁ
ଗ୍ରାମରେ ନିୟମ ଜାରି
ମାଗଣା ରହିବା ଖାଇବା ବ୍ୟବସ୍ଥା
ସହାୟତା ରାଶି ମୂଲ୍ୟ
ସମୁଦ୍ରକୁ ଶଙ୍ଖେ ସହାୟତା ତାଙ୍କୁ
କାଳିଆ ଯୋଜନା ତୁଲ୍ୟ
ପଞ୍ଜୀକରଣରେ ରାଜନୀତି ଚାଷ
ଅର୍ଥ ଲାଳସାର ଲୋଭ
ହିତାଧିକାରୀଙ୍କ ଚେତନା ଅଭାବ
କୋରନାକୁ ଦେବ ଲାଭ
କୋରନା ସହିତ ଯୁଦ୍ଧ କରିବାକୁ
ଦୃଢ଼ ମାନସିକ ବଳ
ପ୍ରଶାସନ ସଙ୍ଗେ ଜନସାଧାରଣ
ପୋଲିସ ଶାସନ କଳ
ସ୍ୱାସ୍ଥ୍ୟ ସେବା ସଂସ୍ଥା କର୍ମଚାରୀଙ୍କର
ସହଯୋଗ ମନବୃତ୍ତି
ମହାମାରୀ ଭୂତ ବିଦା କରିବାକୁ
ଭେଷଜ ଜ୍ଞାନର ବୃଷ୍ଟି
ମାନସିକ ସ୍ଥରେ ଏକତ୍ରିତ ହୋଇ
ଦୃଢ଼ ମୁକାବିଲା କଲେ
କୋରନା ଆତଙ୍କ ହେବ ପ୍ରତିହତ
ସମସ୍ତେ ରହିବା ଭଲେ
