Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pranati Mahapatra

Children

4  

pranati Mahapatra

Children

ଆସରେ ପିଲେ

ଆସରେ ପିଲେ

1 min
185



ଆସରେ ପିଲେ ଖୁସିରେ ବସ

ଶିଖିବା ବ୍ୟାକରଣ,

ସ୍ଵର ସନ୍ଧିର କିଛି ଶବ୍ଦରେ

ଦେବି ଉଦାହରଣ।


ଅ" ବା ଆ" ପରେ ଅ"ବା ଆ"ଥିଲେ

ଉଭୟ ମିଶି ଆ"ହୁଏ

ଆ"ପୂର୍ବ ବ୍ୟଞ୍ଜନ ସହ ଯୁକ୍ତ ହୁଏ,

ଅ ଅ=ଆ,କମ୍ବଳାସନ ବିଦ୍ୟାଳୟ

ମନେଥିବ ନିଶ୍ଚେ ପିଲେ।



ଇ"ବା ଈ" ପରେ ଇ" ବା ଈ" ଥିଲେ

ଉଭୟ ମିଶି ଈ" ହୁଏ

ଈ"ପୂର୍ବ ବ୍ୟଞ୍ଜନ ସହ ଯୁକ୍ତ ହୁଏ,

ରବି ଇନ୍ଦ୍ର=ରବୀନ୍ଦ୍ର, ପରି ଈକ୍ଷା=

ପରୀକ୍ଷା ଯେ ହୋଇଥାଏ।

ଇ ଇ=ଈ,ଇ ଈ=ଈ


ଉ"ବା ଊ"ପରେ ଉ" ବା ଊ"ଥିଲେ

ମିଶି ଊ"ହୋଇଯାଏ

ଊ ପୂର୍ବ ବ୍ୟଞ୍ଜନ ସହ ଯୁକ୍ତ ହୁଏ,

କଟୁ ଉକ୍ତି=କଟୁକ୍ତି,ସିନ୍ଧୁ ଉର୍ମି=

ସିନ୍ଧୁର୍ମି ହୋଇଥାଏ।

ଉ ଉ=ଊ,ଉ ଊ=ଊ


ପ୍ରଥମ ଶବ୍ଦର ଶେଷରେ ଅ" ବା ଆ"

ଦ୍ଵିତୀୟ ଆଦ୍ୟେ ଇ"ବା ଈ",

ଅ"ବା ଆ" ଇ" ବା ଈ" ମିଶି

ଦେଖ "ଏ" ଅଛି ହୋଇ।

ଶୁଭ ଇଚ୍ଛା=ଶୁଭେଚ୍ଛା, ଗଣ ଈଶ =

ଗଣେଶ ତ ଗଲା ହୋଇ।

ଅ ଇ=ଏ,ଅ ଈ=ଏ


ପ୍ରଥମ ଶବ୍ଦର ଶେଷେ ଅ" ବା ଆ" ଥିଲେ

ଦ୍ଵିତୀୟ ଆରମ୍ଭେ ଉ"ବା ଊ" ଥିଲେ

ଉଭୟ ମିଶି ଓ"ହୁଏ,

ପୂର୍ବ ବ୍ୟଞ୍ଜନରେ ଯୁକ୍ତ ହୁଏ।

ଅର୍ଥ ଉପାର୍ଜନ= ଅର୍ଥୋପାର୍ଜନ

ମହା ଉତ୍ସବ=ମହୋତ୍ସବ

ଅ ଉ=ଓ,ଆ ଉ=ଓ


ଆଜିର ପାଠକୁ ମନଧ୍ୟାନ ଦେଇ

ଅଭ୍ୟାସ ଯଦି କରିଲେ,

ବିଦ୍ୟା ମହାଧନ ହେବ ନାହିଁ ନଷ୍ଟ

ମନେ ରଖିଥିବ ପିଲେ।


(ପୁଣି କାଲିକୁ...)





Rate this content
Log in

Similar oriya poem from Children