STORYMIRROR

pranati Mahapatra

Children

4  

pranati Mahapatra

Children

ଆସରେ ପିଲେ ଭାଗ - ୪

ଆସରେ ପିଲେ ଭାଗ - ୪

1 min
229


ଯାହାକୁ ଉଦ୍ଦେଶ୍ୟ କରି କୁହାଯାଏ

ବାକ୍ୟରେ ସେ ଉଦ୍ଦେଶ୍ୟ,

ଉଦ୍ଦେଶ୍ୟ ବିଷୟରେ ଯାହା କହନ୍ତି

ଉଦ୍ଦିଷ୍ଟ ସିଏ ଅବଶ୍ୟ।


ଶିକ୍ଷକ ବ୍ୟାକରଣ ପଢାଉଅଛନ୍ତି

ଉଦ୍ଦେଶ୍ୟ ଏଠି "ଶିକ୍ଷକ",

ବ୍ୟାକରଣ ପଢାଉଅଛନ୍ତି ଅଂଶ

ଅଟଇ ବାକ୍ୟେ "ଉଦ୍ଦିଷ୍ଟ"।


ଏବେ ଜାଣିବା ସନ୍ଧି ସମ୍ବନ୍ଧରେ

କିଛି ନୂଆ ନୂଆ କଥା,

ସ୍ଵର ସନ୍ଧି ଆଉ ବ୍ୟଞ୍ଜନ ସନ୍ଧି

ପଦରେ ଥାଏ ଯଥା।


ଦୁଇଟି ଶବ୍ଦର ମିଳନରେ

ହୁଏ ସନ୍ଧିର ଉତ୍ପତ୍ତି,

ପ୍ରଥମ ଶବ୍ଦର ଶେଷ ଧ୍ଵନି ଆଉ

ଦ୍ଵିତୀୟର ଆଦ୍ୟ ସ୍ଵରଧ୍ଵନି।

ମିଳନରେ ସ୍ଵର ସନ୍ଧି ସୃଷ୍ଟି।


କମ୍ବଳ ଆସନ=କମ୍ବଳାସନ

ପୂର୍ବ ଅହ୍ ଣ=ପୂର୍ବାହ୍ ଣ

ବିଦ୍ୟା ଅଭ୍ୟାସ=ବିଦ୍ୟାଭ୍ୟାସ

ବିଦ୍ୟା ଆଳୟ=ବିଦ୍ୟାଳୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children