STORYMIRROR

pranati Mahapatra

Children

3  

pranati Mahapatra

Children

ଆସରେ ପିଲେ ଭାଗ - ୨

ଆସରେ ପିଲେ ଭାଗ - ୨

1 min
170


ପିଲାଏ ଶୁଣ ଲେଖିବା ବେଳେ

ଧ୍ୟାନ ଦେବ ନିଶ୍ଚେ ତୁମେ,

"ଅ" ବନା ଠାରୁ "ଔ" କାର ଯୋଗ

ଠିକରେ କରିବା ଆମେ।


ଇ" ଈ" କାର ଉ" ଊ" କାର  

କେତେକ କରନ୍ତି ଭୁଲ,

ସ୍ଵାଭାମାନୀ ଆମେ ସ୍ଵାଭିମାନ ଆମ

ଶବ୍ଦ ଲେଖିବା ନିର୍ଭୁଲ।


ଆହୁରି କଥାଏ କହୁଛି ଶୁଣ ରେ

ଭାରତ ଭବିଷ୍ୟ ଗଣ,

ଶ" ଷ" ସ" ଯୋଗ କଲାବେଳେ

ରଖିବ ଟିକେ ଧ୍ୟାନ।


ଲକ୍ଷ୍ୟ ରଖିବ ଲେଖିବା ବେଳେ

  ଜ" ଯ" ବ୍ୟବହାର,

ବିଲୁଆ ପରି ଚତୁର ହୋଇ ବଚନ

    ପଇଡ ପାଣି ମଧୁର।


ଅକ୍ଷର ସାଥେ ଅକ୍ଷର ମିଶିଲେ

ଗଢ଼ି ଉଠେରେ ଶବ୍ଦ,

କିଛି ଭାବପୂର୍ଣ୍ଣ ଶବ୍ଦ ମିଶିଲେ

ବାକ୍ୟଟିଏ ହୋଇବ।


ଯେଉଁ ଉକ୍ତିଟି ମନ ଭାବକୁ

ପୂର୍ଣ୍ଣ ରୂପେ ପ୍ରକାଶ,

ବାକ୍ୟ କହିବା ତାହାକୁ ଆମେ

ଧୀରସ୍ଥିରେ ତ ବସ।


ବାକ୍ୟରେ ଅଛି "ସରଳ" "ଯୌଗିକ"

 "ଜଟିଳ" ତିନି ପ୍ରକାର,

ଏକ ସମାପିକା କ୍ରିୟା ଥିଲେ ହେଁ 

ସରଳବାକ୍ୟ ନାମ ତା'ର।


  ପୁଣି କାଲିକୁ...




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children