STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ଆସରେ ପିଲେ ଆସ

ଆସରେ ପିଲେ ଆସ

1 min
500


ଆସରେ ପିଲେ ଆସ

ପାଖକୁ ମୋର ଆସ

କହିବି କେତେ କଥା

ପାଖରେ ମୋର ବସ।୧।


ଖଳଠୁ ସଦା ଦୂରେ

ରହିବ ନିତି ଯାଇ

ତାଙ୍କଠି ଭାବ ଜମା

ତୁମେ କରିବ ନାହିଁ।୨।


ମନ କଥା ମନରେ

ଆହେ ରଖିବ ସଦା

ସତ କହିବା ପାଇଁ

ନ ଆଣି କେବେ ଦ୍ଵିଧା।୩।


ସବୁ କାମକୁ ଆହେ

କରିବ ହୋଇ ଖୁସି

ଅଳପ କହି ପୁଣି

ଦେବରେ ତୁମେ ହସି।୪।


ସମୟ ଯାଏ ବିତି

ଅପେକ୍ଷା କରେ ନାହିଁ

କର୍ମ କରିବା ଆମେ

ଅନ୍ୟର ଖୁସି ପାଇଁ।୫।


ଅଳସୁଆ ଭାବ ଯେ

ଅଟଇ ଦୁଃଖ ଘର

ତା ଠାରୁ ସଦା ତୁମେ

ହୋଇବ ରହି ଦୂର।୬।


ନିଜ ହାତରେ ତୁମ

ଅଛି କେତେ ଯେ ବଳ

ପର କଥାରେ କାନ

ଦେଲେ ହୋଇବ କାଳ।୭।


ହିଂସା କ୍ରୋଧ ଅଟଇ

 ବଇରି ଆମ ପାଇଁ

ସେପରି ଭାବ ଜମା

ମନେ ଆଣିବ ନାହିଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational