Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ଆସନ୍ତାକାଲିର ସାହିତ୍ୟ

ଆସନ୍ତାକାଲିର ସାହିତ୍ୟ

1 min
286



୨୦୨୨ ମସିହା ବିଦାୟ ନେବାର

ସମୟ ଆସିଲାଣି

202୩ ମସିହା, ନବ ବର୍ଷ ନୁତନତା,  

ଉଙ୍କି ମାରିଲାଣି |୧|


ଧିରେ ଧିରେ ତ ଦିନ ଗଡି ଚାଲଇ,

ସମୟ ଯାଏ ପରା ସରି 

ଦୁଃଖ ଭରା ଦୁଇ ହଜାର ବାଇଶ

ଯାଉଅଛି ଶୀଘ୍ରେ ଚାଲି |୨|


ସାହିତ୍ୟ ସମାଜର ଦର୍ପଣ, ଘଟଣା 

କ୍ରମର ପ୍ରତିଛବି ପରି 

ମଧୁର ସଙ୍ଗୀତେ ବିପ୍ଳବର ସ୍ବର ମଧ୍ୟେ 

ସାହିତ୍ୟିକ ରଖେ ମାଳା କରି |୩|


ସମାଜରେ ଯେତେ କେଳେଙ୍କାରି ରହି 

ଯିବ ହୋଇ ଇତିହାସ

ନିରାଶାର ମରୁବାଲି ପରେ ରୋପିବା 

ଆଶାର ମଞ୍ଜି ଆସ |୪|


ସାରସ୍ୱତ ମହଲେ କଲମ ଚାଳନା 

ହେଉ ଅଙ୍ଗିକାରବଦ୍ଧତାରେ

ଭବିଷ୍ୟତ ପାଇଁ ଜାଗ୍ରତ କରିବା ମଣିଷ 

ମନକୁ ମାନବିକତାରେ |୫|


ମୃଗତୃଷ୍ଣା ପଛେ ନଧାଇଁ ପ୍ରତିଟି ପ୍ରାଣରେ 

ଜଗାଇବା ଜୀଇଁବାର ଆଶା 

ହେଉ ଆସନ୍ତା କାଲିର ସାହିତ୍ୟରେ ସବୁ

ମଣିଷର ସ୍ବାଧୀନତାର ଭାଷା |୬|


କାହାଣୀ, କବିତା, ସଙ୍ଗୀତ, ନାଟକ, 

ପ୍ରବନ୍ଧ, ଗଳ୍ପର ଲିଖନ 

ଶ୍ରମିକ କୃଷକ ମେହନତୀ ମଣିଷର

ମୁକ୍ତିର ପଥ ହେଉ ଦୃଶ୍ୟମାନ |୭|



Rate this content
Log in

Similar oriya poem from Fantasy