STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଆସନ୍ନ ପ୍ରସବ

ଆସନ୍ନ ପ୍ରସବ

1 min
11.1K

ଦଶ ମାସ ଗର୍ଭ କଷ୍ଟ ନରକର ଦୁଃଖ

ମାଆର ଆଶା ଦେଖିବ ସନ୍ତାନର ମୁଖ ।


ମାଆ ଖାଇଲେ ସନ୍ତାନ ଆହରିବ ଶକ୍ତି

ଦିନ ଗଣୁଥାଏ କେବେ ପାଇବ ସେ ମୁକ୍ତି ।


ନଅ ଦଶ ମାସ ଗର୍ଭ ଧାରଣ ସମୟେ

ସନ୍ତାନ ପ୍ରସବ କାଳ ଉପସ୍ଥିତ ହୁଏ ।


ଗର୍ଭ ବେଦନା ନରକ ଯନ୍ତ୍ରଣା ସମାନ

ପ୍ରସୁତୀ ପ୍ରସ୍ତୁତ ହୁଏ ଦେଖିବ ସନ୍ତାନ। 


ଗର୍ଭାଶୟ ମଳ ମୁତ୍ର ନାଳ ଯୁକ୍ତ ହୋଇ

ସନ୍ତାନ ପ୍ରାର୍ଥନା କରେ ମୁକ୍ତି କର ସାଇଁ। 


ନର୍କରୁ ଉଦ୍ଧାର କର ସ୍ମରିବି ତୁମକୁ

ପାପର ଭାଗି ନ ହେବି ଚିନ୍ତି ଚୈତନ୍ୟକୁ ।


ତଳେ ପଡି କୁଆଁରାବ ଦେଲେ ନର ଶିଶୁ

ମାୟାରେ ମୋହିତ ହୁଏ ସତ୍କର୍ମ ନ ଦିଶୁ ।


ଗର୍ଭଧାରୀ ମାତା ପର ହୁଏ ବୃଦ୍ଧ କାଳେ

ଜରାଶ୍ରମ ଖୋଜାପଡେ ପ୍ରତିପତ୍ତି ବଳେ।


ବୈଷ୍ନୋଦେବୀ ମନ୍ଦିରକୁ ଧାଇଁ ଯାଏ ଭକ୍ତ

ଅତୀବ କଠିନ ଯାତ୍ରା ପାଣି ହୁଏ ରକ୍ତ। 


ମନ୍ଦିର ଗର୍ଭ ଗୃହଟି ମାତା ଗର୍ଭ ପରି

ନଇଁ ପଶିଲେ ସକଳ ଗର୍ବ ଯାଏ ହରି ।


ଗର୍ଭ ଯନ୍ତ୍ରଣାର ନାହିଁ ତୁଳନା ସଂସାରେ

ମାତା ନୁହେଁ ହେୟ ସ୍ଥାନ ଦେବତା ଉପରେ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract