STORYMIRROR

Ansuman Swain

Abstract Romance

3  

Ansuman Swain

Abstract Romance

ଆସିଲାଣି ଶେଷ ଚିଠି

ଆସିଲାଣି ଶେଷ ଚିଠି

1 min
172

ଆସି ଲାଣି ଶେଷ ଚିଠି

ତମ ପ୍ରେମ ମୋତେ ଆଜି 

          ଦେଲା ବହୁ ଅନୁଭୂତି 

ତମ ହସ ଖୁସି ମୋତେ

      କରିଛି ସଂସାରୁ ମୁକ୍ତି ।

ଆଉ କିଛି ଦିନ ପାଇଁ 

     ରହିବି ମୁଁ ସାଥି ହୋଇ 

ସତ ମୁଁ କହୁଛି ଆଜି

    ଆସିଲାଣି ଶେଷ ଚିଠି ।


ତମ ସ୍ମୃତି ସାଥେ ନେବି

    ତମକୁ ମୁଁ ଦେଖୁ ଥିବି

ତମେ ଥିଲା ଯାଏ ଥିବି

    ତମ କଥା ଭାବୁ ଥିବି ।

ଯାଉନି ତମଠୁ ହଜି

  ତମ ପାଖେ ସାଥି ଥିବି 

ସତ ମୁଁ କହୁଛି ଆଜି

        ଆସିଲାଣି ଶେଷ ଚିଠି।


ପଞ୍ଚ ଭୂତେ ହେଲେ ଲୀନ

     ଭୁଲିବିନି ଆମ ପ୍ରେମ

 ଅମାନିଆ ମନ ଆଜି

    ଦେଉଛି ତମକୁ ଭେଟି

କଥା ଦିଅ ତମେ ସାଥି

    ଭାବିବନି ଆଉ କିଛି ।

ସତ ମୁଁ କହୁଛି ଆଜି

        ଆସିଲାଣି ଶେଷ ଚିଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract