ଆସିଗଲା ଇଲେକ୍ସନ
ଆସିଗଲା ଇଲେକ୍ସନ
ଆସିଗଲା ଆସି ଗଲା ଏବେ ଇଲେକ୍ସନ
ଭୋଟ ପଡ଼ିବ ନେତାଙ୍କର ସିଲେକ୍ସନ୍ ll
ଭୋଟ ପ୍ରକ୍ରିୟା ପ୍ରଜା ତନ୍ତ୍ରରେ ମହାନ
ପ୍ରଜାଙ୍କ ଚୟନ, ପ୍ରଜା ହାତରେ ଶାସନ ll
ଇଲେକ୍ସନ ବୈତରଣୀ, ତରିବାକୁ ନେତା
ବୁଲିଲେଣି ଦ୍ୱାର ଦ୍ୱାର ହାତେ ଧରି ଛତା ll
ଭୋଟଦିଅ ଭୋଟଦିଅ ଆମ୍ଭକୁ ହେ ଭାଇ
ଭାରତକୁ ଗଢ଼ିଦେବୁ ଗୋଟେ ସୁନାଭୂଇଁ ll
ମାଗଣାରେ ପାଣି ଦେବୁ ମାଗଣା ବିଜୁଳି
ଭାତ ଡାଲମା ଖାଇବ ପାତି ସୁନା ଥାଳି ll
ଚିହ୍ନ କାହାରେ କମଳ କାରେ ପୁଣି ଶଙ୍ଖ
କାର ହାତ ଲନଠନ ଦେଖ ସବୁ ଦେଖ ll
ସମସ୍ତେ କହୁ ଅଛନ୍ତି, ଆମେ ଦେବୁ କରି
ଭୋଟଦେଇ ସର୍ବେ ଥିବ କର୍ମକୁ ଆଦରି ll
ଗଣ ତନ୍ତ୍ରେ ଭୋଟ୍ ଭାଇ ଆମ ଅଧିକାର
ଭୋଟଟି ଦିଅ ନିଶ୍ଚୟ ହୋଇ ଆଗୁସାର ll
ଦେଖି ଶୁଣି ନେତା ବାଛ ପାଞ୍ଚବର୍ଷ ପାଇଁ
ଭୋଅଟଦେବ ସଭିଏଁ ନୋଓଟ ନନେଇ ll
ବଚନେ ମଧୁର, ଶିରେ ତିଳକ ଟେ ସରୁ
ତାହାଙ୍କୁ ଜାଣିବ, ସର୍ବେ ଠକଙ୍କର ଗୁରୁ ll
ଦେଖ ଗଜ କାହା ମୁଣ୍ଡେ ଢାଳିବ କଳସ
ଭୋଓଟଦେବାକୁ ଯିବି ଆସ ଭାଇ ଆସ ll
