STORYMIRROR

RAJENDRA DASH

Inspirational

3  

RAJENDRA DASH

Inspirational

ଆସିଛୁ ଏକା ଯିବୁ ତୁ ଏକା

ଆସିଛୁ ଏକା ଯିବୁ ତୁ ଏକା

1 min
314

ଆସିଛୁ ଏକା ଯିବୁ ତୁ ଏକା

ଆଉ ତା ମଝିରେ ସବୁ ମୋହ ମାୟା ମରୀଚିକା


ହୁଏତ କିଛି ସ୍ନେହ ଶ୍ରଦ୍ଧା ମିଳିପାରେ

ଗୋଟେ ପଣତ କାନି କାହା ଆକଟ ଥାଇପାରେ

ହେଲେ ତା ବାଦ୍ ଏଠି ସଭିଏଁ ଗୋଟେ ଗୋଟେ ପ୍ରହେଳିକା


ହୁଏତ କିଛି ଲାଗିପାରେ ସଚ୍ଚୋଟ ନିଃସ୍ୱାର୍ଥ

କିଛି କୁ ହୃଦୟ ଅକାଟ୍ୟ ବୋଲି ମାନିନିଏ

ଆଢୁଆଳରେ ହୁଏତ ପ୍ରଚ୍ଛନିତ ସ୍ୱାର୍ଥପରତା


ହୁଏତ କିଛି ସଂପର୍କ ମନ ର କିଛି ବି ମସ୍ତିଷ୍କର

କିଛି ହେଇବି ପାରେ ପ୍ରାପ୍ୟ ଓ ବିନିଯୋଗ ର

ହେ଼ଇବି ପାରେ ସେ ଈର୍ଷାପୂର୍ଣ୍ଣ ବନ୍ଧୁତା


ହୁଏତ ସେ ରକ୍ତର ନୁହେଁ, ନୁହେଁ ଅବା ସମ୍ପର୍କୀୟ

ନଥାଇ ପାରେ ତାର କିଛି ଆଶା ଅବା ପିପାସା

ତଥାପି ସେ ସ୍ନେହ ରେ ଥାଇପାରେ ନିରିହତା


ହୁଏତ ଅନେକ ସହାୟତାର ହାତ ପ୍ରତିଶ୍ରୁତିବଦ୍ଧ

ସମୟେ ସମୟେ ସେ ସବୁ ଉଭାନ ଅଦୃଶ୍ୟ ଅସ୍ପଷ୍ଟ

ସଙ୍କଳ୍ପିତ ମନରୁ ହଜିଯାଇପାରେ ଅଖଣ୍ଡ ଦୃଢ଼ତା


ସତ୍ୟ ଏହି ଯେ" ଆସିଛୁ ଏକା ଯିବୁ ତୁ ଏକା

ତା ମଝିରେ ସବୁ ମୋହ ମାୟା ମରୀଚିକା"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational