STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଆସିଛି ସମୟ

ଆସିଛି ସମୟ

1 min
146

ଆସିଛି ସମୟ ଶୁଭ ଲଗନରେ

ହସି ହସାଇବା ପାଇଁ

ସୁନାର ଭାରତ ଗଢ଼ିବା ଆସ ହେ

ଦେଶ ସେବା କରି ଜୀବନ ଦେଇ


ଗାନ୍ଧୀ ନେହେରୁଙ୍କ କଥାକୁ ଆଦରି

ଜାତି ଭାଇ ସାଥେ କାମ କରିବା

ଛୋଟ ବଡ଼ ଭାବ ମନେ ନ ରଖିଣ

ବିପଦେ ଆପଦେ ସହାୟ ହେବା


ନେତାଜୀ ସୁବାଷ ହୋଇଲେ ଅମର

ମାଟି ମାଆ ସେବା ଜୀବନେ କରି

ମାଆର ସୁରକ୍ଷା କରିବା ଆମେ ବି

ଆସ ଆମେ ହେବା ତାଙ୍କରି ପରି


ଅହିଂସାର ପଥେ ଚାଲିବା ଆମେରେ

ନ୍ୟାୟକୁ ଜୀବନ ନାଉରୀ କରି

ଶତ୍ରୁକୁ ଦମନ କରିବା ଆମେରେ

ମାଟି ମାଆ ପାଇଁ ରକତ ଦେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract