Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsnarani Panda

Classics

4  

Jyotsnarani Panda

Classics

ଆସିଛି ପାର୍ବଣ

ଆସିଛି ପାର୍ବଣ

1 min
255



 ଭାଦ୍ରବର ଶେଷ ଆଶ୍ଵିନ ପ୍ରବେଶ 

   ଶିରି ଶିରି ଵହେ ବାଆ 

ନଈ ପଠାଧାରେ ଶୁଭ୍ର କାଶତଣ୍ଡୀ 

   ପାର୍ବଣକୁ ଡାକେ ଆ ।


ଧଳା ଵଉଦରେ ଆକାଶ କୋଳରେ 

   ମାଆ ମୁହଁ ଦିଶିଲାଣି 

ଉତ୍ ଫୁଲ୍ଲିତ ଧରା ଦେବୀ ଆଗମନେ 

   ଆବାହନୀ ଗାଇଲାଣି ।



ଶୀତଳ ସମୀରେ ମୃଦୁ ଶିହରଣେ 

   ଚତୁର୍ଦ୍ଦିଗ ନିନାଦିତ 

ସୁଖ ଶାନ୍ତି ପ୍ରୀତି ଢ଼ାଳି ଅନୁରକ୍ତି 

   ମାଆ କରିଦେଵେ ସିକ୍ତ ।



କରୁଣାମୟୀ ଗୋ ସ୍ନେହୀ କୃପାମୟୀ 

   ମମତାଦାୟିନୀ ସତେ 

ରାଜ ରାଜେଶ୍ଵରୀ ପରମ ଈଶ୍ଵରୀ 

   ଆଶିଷଦାୟିନୀ ଭକ୍ତେ ।



ନୃମୁଣ୍ଡମାଳିନୀ ଖର୍ପର ଧାରିଣୀ

   ମହିଷମର୍ଦ୍ଦିନୀ ଦୁର୍ଗା 

ଭୁଵନମୋହିନୀ ମୁକ୍ତି ପ୍ରଦାୟିନୀ 

   ପାଦପଦ୍ମେ ଦିଅ ଜାଗା ।



ବିଘ୍ନ ଵିନାଶିନୀ ସିଦ୍ଧି ପ୍ରଦାୟିନୀ 

    ମୁକ୍ତକେଶା କାତ୍ୟାୟନୀ 

ଶିବାନୀ ଭବାନୀ ଅମ୍ବିକା ରୁଦ୍ରାଣୀ 

   ଆଦ୍ୟାଶକ୍ତି ନାରାୟଣୀ ।



ବିନ୍ଧ୍ୟ ଵାସିନୀ ମା ସିଂହବାହିନୀ ଯେ 

   ଚାରୁହାସିନୀ ତ୍ରିନେତ୍ରା 

ସନ୍ତାପହାରିଣୀ ପାଳନକାରିଣୀ 

   ଜଗଦମ୍ବା ଜୟଯାତ୍ରା ।



ଦୁର୍ଗା ଧାତା ପୁଣି ଦୁର୍ଗା ହିଁ ବିଧାତା 

   ଜପ ତପ ବନ୍ଧୁ ସିନ୍ଧୁ 

ଉତ୍ପତ୍ତି ପ୍ରଳୟ ଭୟ ଓ ଅଭୟ 

   ଜୀବନର ଆଦ୍ୟଵିନ୍ଦୁ ।



ସୃଷ୍ଟି ସ୍ଥିତି ପୁଣି ବିନାଶର ଦାତ୍ରୀ 

   ଯୋଗ୍ୟାଯୋଗ୍ୟ ଭୋଗ୍ୟାଭୋଗ୍ୟ 

ସୌଭାଗ୍ୟ ପ୍ରଦତ୍ତା ଆକାଶ ଵିହନ୍ତା 

  ରୋଷେ ଦିଅନ୍ତି ଦୁର୍ଭାଗ୍ୟ ।



ମାଟିରୁ ଆକାଶ ପ୍ରେମ ମନ୍ଦାକିନୀ 

   ମାଆ ନାମେ ପ୍ରବାହିତ 

ହେ ଚିର ଚିନ୍ମୟୀ ମାଆ ଦୟାମୟୀ 

   ପୀଡ଼ା କର ପ୍ରତିହତ ।



ତୁମ ଆଵିର୍ଭାଵେ ମଣିଷ ସ୍ଵଭାଵେ 

    ଚେତନାର ଶଙ୍ଖ ବାଜୁ 

ଗ୍ଲାନି ପାପ ତାପ ଅନ୍ୟାୟ ଅଧର୍ମ 

   ଅତଳ ଗର୍ଭରେ ହଜୁ ।



ଶୁଭ ସାହାନାଇ ଶବ୍ଦରେ ଝଙ୍କୃତ 

   ଭୂମିରୁ ଭୂମା ଯେ ହେଉ 

ସଂସାରଟା ସାରା ସ୍ଵର୍ଗସୁଖ ଦ୍ଵାରା 

   ଆଚ୍ଛାଦିତ ହୋଇ ରହୁ ।



ଧରାଧାମେ ସତ୍ୟ ସଞ୍ଚରିଯାଉ ମା' 

   କରୁଣା ଵାରିଧି ଢାଳ 

ହସ ଆନନ୍ଦର ଲହରୀର ସ୍ବର 

   ଗୁଞ୍ଜରୁ ପ୍ରୀତି କଲ୍ଲୋଳ ।


Rate this content
Log in

Similar oriya poem from Classics