STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ଆସିଛି ମହାଜାଗର

ଆସିଛି ମହାଜାଗର

1 min
226


ବସନ୍ତଋତୁର ଫଗୁଣ ମାସେ

ଆସେ ଶିବରାତ୍ରୀ ମହାଜାଗର

ସଭିଏଁ ପୂଜନ୍ତି ଶ୍ରଦ୍ଧା ସୁମନରେ 

ଉପବାସ ସାଥେ ହୋଇ ରାତ୍ରି ଉଜାଗର 

ଦେବଙ୍କର ଦେବ ସିଏ ମହାଦେବ 

ଭୋଳାନାଥ ପ୍ରଭୁ ଭୋଳାଶଙ୍କର 

ମସ୍ତକରେ ବିରାଜିତ ଦେବୀ ଗଙ୍ଗାମାତେ

ପଞ୍ଚାନନ ତ୍ରିନାଥ ଉମାସାଇ ନାମ ଶଙ୍କର।।


ଅଧର୍ମ ବିନାଶ ପାଇଁ ରୁଦ୍ରରୂପ ଧରନ୍ତି ଶଙ୍କର

ସଂହାର କର୍ତ୍ତା ରୂପେ ଅଟନ୍ତି ସେ ପରିଚିତ 

ନନ୍ଦିବୃଷଭ ଉପରେ ବସି ଭ୍ରମନ୍ତି ବ୍ରହ୍ମାଣ୍ଡ

ସାଙ୍ଗରେ ପାର୍ବତୀ ମାତା ସଦା ବିରାଜିତ 

ଅଧର୍ମ ବିନାଶ ପାଇଁ ସଦା ଧରନ୍ତି ତ୍ରିଶୂଳ 

ଅର୍ଦ୍ଧାଙ୍ଗ ପାର୍ବତୀ ସିଏ ଅର୍ଦ୍ଧାଙ୍ଗ ଈଶ୍ୱର 

ପତ୍ନୀ ପ୍ରିୟ ପ୍ରଭୁ ଶ୍ରୀ ଶିବଶଙ୍କର

ତ୍ରିନେତ୍ରେ ଖୋଲି କ୍ରୋଧ କରନ୍ତି ବିସ୍ତାର।। 


ସତୀଙ୍କ ଶରୀର ଧରି ବ୍ରହ୍ମାଣ୍ଡ ଘୁରିଲେ

ଶରୀରରୁ ଜ୍ୟୋତିର୍ଲିଙ୍ଗ ସୃଷ୍ଟି ସେ କରିଲେ

ଉଜାଗର ରହି ଉମା ଶିବଙ୍କୁ ପାଇଲେ

ସତୀ ଅପମାନ ପ୍ରଭୁ ସହି ନ ପାରିଲେ 

ପ୍ରଭୁ ପରା ସତ୍ୟ ତୁମେ ହିଁ ସୁନ୍ଦର

ତୁମେ ହିଁ ମଙ୍ଗଳଦାତା ସକଳ ଶକ୍ତିର 

ତୁମେ ହିଁ ଭାଗ୍ୟବିଧାତା ତୁମେ ହିଁ ଆଧାର 

ନୀଳକଣ୍ଠ ସାଜି ପୁଣି ଏ ବିଶ୍ୱ ରକ୍ଷା କର।।


ବିଚିତ୍ର ମହିମା ତୁମ ପ୍ରଭୁ ନୀଳକଣ୍ଠେଶ୍ବର

ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କର ଏଥର

ଦିଅ ଧୈର୍ଯ୍ୟ ଶକ୍ତି ଶାନ୍ତି ବିଶ୍ୱାସ ମନର

ସମୟ ସାଥେ ବଞ୍ଚୁ ଏ ମଣିଷ ବିଶ୍ୱାସର।। 


ଆସିଛି ମହାଜାଗର ହୋଇ ଉଜାଗର

ଜାଳିବା ଆମେ ଦୀପ ଅର୍ଘ୍ୟ ନୈବେଦ୍ୟର

ମନାସିବା ସବୁ ଭଲରେ ବିତୁ ଜୀବନ ଆମର

ଦୁଃଖ କଷ୍ଟ ବିପଦ ସବୁ ହେଉ ସଂସାରୁ ଦୂର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational