ଆସିଛି ମଗୁଶୁର
ଆସିଛି ମଗୁଶୁର
ବାର ମାସେ ତେର ପର୍ବ ପଡିଥାଇ ଓଡ଼ିଆ ଘରେ
ହସଖୁସି ଲାଗିଥାଏ ପଲ୍ଲୀ ପୁରରେ l
ବାରମାସେ ମଧ୍ୟେ ସାର ଏ ମଗୁଶୁର
ମା ଆସିବେ ବୋଲି ସଭିଙ୍କ ମନ ନାଚେ ହୋଇ ଅଧୀର l
ନାରୀମାନେ ଶୁଭ୍ର ବସ୍ତ୍ର ପିନ୍ଧି ନାନା ଅଳଙ୍କାର
ମନେ ଆସେ ପୁଣି ତାଙ୍କର ଖୁସି ଲହର l
ଘରଦ୍ୱାର ସଜାଡନ୍ତି ନିଜ ହସ୍ତରେ
ଚତୁର୍ଦିଗ ପରିଷ୍କାର କରି ସ୍ୱଚ୍ଛରେ l
ଲକ୍ଷ୍ମୀ ପାଦ ପଦ୍ମ ଚିତା ଲେଖି ଗୁରୁବାରରେ
ମା'ଙ୍କୁ ଆବାହନ କରନ୍ତି ଭକ୍ତି ଚିତ୍ତରେ l
ନାନା ପିଠା ପଣା କରି ମାଙ୍କ ପାଖରେ
ଲାଗିକରି ଭୋଗଦେଇ ଭୁଞ୍ଜନ୍ତି ପୁଣି ସୁଖରେ l
ଚତୁର୍ଦିଗେ ଖୁସି ଆସେ ଚାଷି ମନରେ
ଧାନ କ୍ଷେତ ହସୁଥାଏ ଶସ୍ୟ ଫଳିରେ l
କେତେ ଝାଳ ନାଳ ପୁଣି ଦେଇ ଥିଲାରେ
ଚାଷି ର ଖୁସି ଅପାର ମନେ ଆସେରେ l
ସୁନାର ଫସଲ ପୁଣି ଫଳାଇ ଦେଇ
ସେଥିପାଇଁ ମନେଟିକେ ଆଶ୍ୱସ୍ତ ହୋଇ l
ବରଷକ ଦୁଃଖ ତାର ଲାଘବ ହେବ
ଘର ତାର ଧନଧାନ୍ୟେ ପୁରି ଉଠିବ l
ଶିଶୁ ମୁଖେ ପୁଣି ସିଏ ଦେବ ହସ ଫୁଟାଇ
ଅଭାବ ଅନାଟନ ଗୃହରୁ ଦେବ ହଟାଇ l
ଚାଷିର ଖୁସି ଥାଏ ମା ପାଖରେ
ପ୍ରତିବର୍ଷ ପୂଜେ ସେତ ଭକ୍ତି ଚିତ୍ତରେ l
ମା'ର ପଣତ ତଳେ ଆଶ୍ରା ଖୋଜେରେ
ମା'ର ସୁଦୟା ତାକୁ ମିଳିଥାଏରେ l
ଓଡ଼ିଆ ସଂସ୍କୃତି ଏ ପରମ୍ପରା
ମା 'ଆଶୀର୍ବାଦେ ହସିବ ଏ ମର୍ତ୍ୟଧରା l
