STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

ଆସିଛି କାର୍ତ୍ତିକ ମାସ

ଆସିଛି କାର୍ତ୍ତିକ ମାସ

1 min
170


 ପହିଲି ଶୀତର ପହିଲି ପରଶେ

   ଆସିଛି କାର୍ତ୍ତିକ ମାସ

ରଂଗ ବେରଂଗର ମୂରୁଜରେ ଦେଖ

   ଚଉରା ହୋଇଛି ସଜ।

ଆଈମା ଜାଳେ  ଆକାଶ ଦୀପଟି 

  ଦେଖ କି ସୁନ୍ଦର ଦିଶେ

ଦୀପାବଳି ର ଶୁଭ ଲଗନରେ

ବଡ ବଡୁଆ ଙ୍କୁ ଡାକେ।

ନାଗାର୍ଜୁନ ବେଶ ଏଇ ସନ ପରା

  ପଞ୍ଚୁକ ଛ'ଦିନ ବୋଲି

ବୀର ବେଶେ ପ୍ରଭୁ ହୋଇବେ ଲୋ ସଜ

  ସୋଲ ଆଭୂଷଣ ସବୁ ଧରି।

ନଉବାଣିଜ୍ଯର ଅତୀତ ଗାଥାକୁ 

 ସୁମରି ସାଧବ ବୋହୂ

କଦଳୀ ବାସୁଙ୍ଗା ଡଙ୍ଗା ଭସାଇ

  ଆମେ ଆ -କା -ମା- ବୈ - ଗାଉ।

ଆସୁଥିଲେ ଆସୁ ଯେତେ ବିପତ୍ତି 

  ଓଡିଆ ଭୁଲିନି ଅତୀତ କୀର୍ତ୍ତି  

ଓଡିଆ ର ଗର୍ବ ତାର ସଂସ୍କୃତି

ସଂସ୍କୃତି ବଞ୍ଚିଲେ ବଞ୍ଚିବ ଜାତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics