STORYMIRROR

Papu parida

Classics Others

4  

Papu parida

Classics Others

ଆସିଛି ଜାଗର

ଆସିଛି ଜାଗର

1 min
209

ଆସିଛି  ଆସିଛି ଭାଈ  ମହଜାଗର

କୈଳାଶୁ ଓହ୍ଲେଇଲେଣି ଭୋଳାଶଙ୍କର।

କେତକୀ ଅରଖ ସଙ୍ଗେ ଚମ୍ପାଟଗର

ରାଜା ପରି ଦିଶିଲେଣି ଯେ ଗଙ୍ଗାଧର।


ଗଳାରେ ବାସୁକି ତାଙ୍କ ଶିରେ ଚନ୍ଦ୍ରିକା

ଡମ୍ବୁରୁ ତ୍ରିଶୂଳ ହାତେ ସାଥେ ଘଣ୍ଟିକା।

ଦେହରେ ମାଖିଣ ଭସ୍ମ ସେ ଯୋଗିନାଥ

ସୃଷ୍ଟି ସୂତ୍ରଧର ସର୍ବେ କର ସ୍ୱାଗତ।


ଦେବତା ଦାନବ ତୁମ ଆଗେ ସମାନ

ମହାନନ୍ଦେ ଆଣୁଛନ୍ତି ନନ୍ଦି ବାହାନ।

ସ୍ଵର୍ଗପୁରୁ ଦେଖୁଛନ୍ତି ଦେବତା ଗଣ

ମହଲ୍ଲାସେ କଲେ ପୁଷ୍ପାଞ୍ଜଳିଅର୍ପଣ।


ଦେବ ଦେବ ମହାଦେବ ଶିଵଶଙ୍କର

ତୁମେ ହିଁ ଆଦି ତୁମେ ପ୍ରଳୟଙ୍କର।

ସମୁଦ୍ର ମନ୍ଥନୁ ତୁମେ ପିଇଲ ବିଷ

ଜଗତର ରକ୍ଷାକାରୀ ହେ ଜଗଦୀଶ।


କ୍ଷୀର ଦହି ଆଖୁରସ ବେଳପତର

ଚଢେଇଣ ଜ୍ବାଳା ଟିକେ କମୁ ତାଙ୍କର।

ଜାଗର ପାଳିଣ ଆଜି ମୁଁ ଉଜାଗର

କୃପା କର କୃପା କର ହେ ମହେଶ୍ୱର।



Rate this content
Log in

Similar oriya poem from Classics