STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସିଅଛି ପିତୃପକ୍ଷ

ଆସିଅଛି ପିତୃପକ୍ଷ

1 min
9



ଆସିଅଛି ପିତୃପକ୍ଷ ପିତୃଙ୍କ ପୂଜନ l

   ପିତରଙ୍କ ପାଇଁ ତିଳଉଦକ ପ୍ରଦାନ ll

ପିତରଙ୍କ ଆଶିଷରୁ ପୁତ୍ର ହୁଏ ସୁଖୀ l

    ପିତୃଙ୍କୁ ପୁଜିବି ମୁହିଁ କୁଳଧର୍ମ ରଖି ll

ଆସ ଆସ ପିତୃମାତୃ କୁଳ ସର୍ଵଜନ l

   ପିତୃପକ୍ଷେ କରୁଅଛି ତୁମ୍ଭ ଆବାହନ ll

ଘେନାକର ତରପଣ ଆହେ ପିତୃଗଣ l

  ସୁଝି କି ପାରିବି ଜୀବନରେ ତବ ଋଣ ll

ଆସ ମୋର ପିତାମାତା ପିତୃମାତୃମହ l

  ଭକ୍ତି ତରପଣ ମୋର ଘେନିକରି ଯାଅ ll

ସ୍ୱର୍ଗବାସୀ ପିତୃଗଣ ହେବେ ସୁପ୍ରସନ୍ନ l

    ତର୍ପଣ କରେ ମୁଁ ତୁମ୍ଭ କୁଳ ଅକିଞ୍ଚନ ll

ଅର୍ଯ୍ୟମା ବନ୍ଦଇ ମୁହିଁ ପିତୃଙ୍କ ଦେବତା l

  ତ୍ରିସନ୍ଧ୍ୟା କାଳେ ବନ୍ଦଇ ବନ୍ଦଇ ସବିତା ll

ଆସ ପିତୃଗଣ ମୋର ଜଳାଞ୍ଜଳି ଘେନ l

  ତୁମ୍ଭ ଆଶିଷ ବାରିରେ କଟୁ ଭବେ ଦିନ ll

ଆସ ଆସ ପିତର ହେ ପିତୃଗଣ ମୋର l

   ଭକ୍ତିଭରେ ନମସ୍କାର କରେ ବାରମ୍ୱାର ll

    


Rate this content
Log in

Similar oriya poem from Inspirational