STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଆଶ୍ରା କରି ଅଛି ତତେ ରେ କାଳିଆ

ଆଶ୍ରା କରି ଅଛି ତତେ ରେ କାଳିଆ

1 min
169

ଭରୋସା କରିଛି ତତେରେ କାଳିଆ


ଛାଡ଼ି ବୁନୁ କେବେ ମତେ,


ବିକିଛି ଜୀବନ ତୋ ଚରଣେ ମୂହି


ହୀନ ନ କରିବୁ ମତେ।୧।


ତୋହରି ଚିନ୍ତାରେ ଜୀବନ ବିତୁଛି


ତୋ ଚରଣେ ଧ୍ୟାନ ମୋର,


ତୁହି ହିଁ ଆରାଧ୍ୟ ତୁହି ହିଁ ମୋ ଭକ୍ତି


ପଥପ୍ରଦର୍ଶକ ମୋର।୨।


ପଥ ହେଉ ମୋର ସତ୍ୟରେ ଭୂଷିତ


ନିସ୍ବାର୍ଥରେ କର୍ମ ରହୁ,


କର୍ମୀ ହୋଇ ମୁହିଁ ଜନ ସେବୁ ଥିବି


ଧର୍ମପଥେ ମନ ରହୁ।୩।


ଜ୍ଞାନର ଭଣ୍ଡାର ଅର୍ପିତ କର ହେ


ଜଗେ ଜ୍ଞାନ ଦେଉ ଥିବି,


କଲମ ମୁନରେ ଶକ୍ତି ଦିଅ ନାଥ


ତୋ ମହିମା ଲେଖୁ ଥିବି।୪।


ହିଂସା କପଟ ହିଁ ନ ଆସୁ ମନରେ


ଆସୁ ମନେ ସମଭାବ,


ଚକାନୟନରେ ଚକିତ କରିବୁ


କର୍ମପଥେ ସମଭାବ।୫।


ତବ ବିନୁ ଗତି ନାହିଁ ରେ କାଳିଆ


ନାହିଁ ମୋର ପରିତ୍ରାଣ,


ଜୀବନ ଦେଇଛୁ ଚରଣେ ରଖିବୁ


ରଖିବୁ ହିଁ ନାଥ ଟାଣ।୬।


ଚାତକ ପରି ହିଁ ଧ୍ୟାନ ରହି ଅଛି


ଚକାନୟନରେ ତୋର,


ଆଶା ପୂର୍ଣ୍ଣ କର ପ୍ରଭୁ ଜଗନ୍ନାଥ


ମନବାଞ୍ଛା ଏହି ମୋର।୭।


ମାଗୁ ନାହିଁ ଧନ ମାଗୁ ନି ବୈଭବ


ମାଗୁଛି ଚରଣ ତୋର,


ସେ ଚରଣେ ସ୍ଥାନ ଦିଅ ଜଗନ୍ନାଥ


ପୂଜିବୀ ଚରଣ ତୋର।୮।


ଏହି ମନବାଞ୍ଛା ପୂର୍ଣ୍ଣ କରି ଦିଅ


ମାଗୁ ନାହିଁ ଅନ୍ୟ କିଛି,


କର୍ମପଥେ ରହି ଭଜୁ ଥିବି ତତେ


ନାହିଁ ପ୍ରୟୋଜନ କିଛି।୯।


ଭରୋସା କରିଛି ତତେ ରେ କାଳିଆ,


ଛାଡ଼ି ବୁନୁ କେବେ ମତେ,


ବିକିଛି ଜୀବନ ତୋ ଚରଣେ ମୁହିଁ,


ହୀନ ନ କରିବୁ ମତେ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational