STORYMIRROR

Santosh Pattnayak

Inspirational

3  

Santosh Pattnayak

Inspirational

ଆଶିଷ ଦିଅ ଚାଚାଜି

ଆଶିଷ ଦିଅ ଚାଚାଜି

1 min
231

ଶିଶୁଦେହେ ଭରା ଦିବ୍ୟ ସମ୍ଭାବନା

 ଭାଷଣବାଜିରେ ସରିଲା ଦିନ 

ଆଜିର ଶାସକ ବୁଝିକି ଅବୁଝା 

 ବୁଦ୍ଧିଜୀବିଙ୍କର ହଜିଛି ଜ୍ଞାନ....


ଶିକ୍ଷା ବ୍ୟବସ୍ଥାରେ ପାଶ୍ଚାତ୍ୟ ସଂସ୍କୃତି 

   ସମାଜେ ଭରୁଛି ବିଷ

ବିକାଶ ଧାରାରେ ଆୟୁଷ ସରୁଚି 

    ପରିବେଶ ହୁଏ ଧ୍ବଂସ....


 ନିଶାର ପ୍ରସାର କରୁଚି ଶାସକ 

   ପଛରେ ରହିଚି ଶିକ୍ଷା !

ବିଦେଶ ଭାଷାକୁ ଆଦରେ ଶିକ୍ଷିତ

ମାତୃଭାଷା ଲୋକହସା ....


 ଶାସକ ବିବେକ ବିକଶିତ ପାଇଁ 

     ଆଶିଷ ଦିଅ ଚାଚାଜି 

ଅନ୍ବେଷିତ ହେଉ ପ୍ରତିଭାର ଆଭା

     ନବୀନ ସୁରୁଯ ସାଜି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational