ଆଶିଷ ଦିଅ ଚାଚାଜି
ଆଶିଷ ଦିଅ ଚାଚାଜି
ଶିଶୁଦେହେ ଭରା ଦିବ୍ୟ ସମ୍ଭାବନା
ଭାଷଣବାଜିରେ ସରିଲା ଦିନ
ଆଜିର ଶାସକ ବୁଝିକି ଅବୁଝା
ବୁଦ୍ଧିଜୀବିଙ୍କର ହଜିଛି ଜ୍ଞାନ....
ଶିକ୍ଷା ବ୍ୟବସ୍ଥାରେ ପାଶ୍ଚାତ୍ୟ ସଂସ୍କୃତି
ସମାଜେ ଭରୁଛି ବିଷ
ବିକାଶ ଧାରାରେ ଆୟୁଷ ସରୁଚି
ପରିବେଶ ହୁଏ ଧ୍ବଂସ....
ନିଶାର ପ୍ରସାର କରୁଚି ଶାସକ
ପଛରେ ରହିଚି ଶିକ୍ଷା !
ବିଦେଶ ଭାଷାକୁ ଆଦରେ ଶିକ୍ଷିତ
ମାତୃଭାଷା ଲୋକହସା ....
ଶାସକ ବିବେକ ବିକଶିତ ପାଇଁ
ଆଶିଷ ଦିଅ ଚାଚାଜି
ଅନ୍ବେଷିତ ହେଉ ପ୍ରତିଭାର ଆଭା
ନବୀନ ସୁରୁଯ ସାଜି.....
