STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆଶିଷ ବରଷି ଦିଅ

ଆଶିଷ ବରଷି ଦିଅ

1 min
421


ଆଶିଷ ବରଷି ଦିଅ

  ମାଆ ଆଶିଷ ବରଷି ଦିଅ

ମଣିଷ ମନରୁ କଳୁଷ କାଳିମା

  ସବୁ ଧୋଇ ନେଇ ଯାଅ।

   ଆଶିଷ ବରଷି ଦିଅ ।


ତୁମ ଆଗମ ନେ ହସୁଛି ଏ ଧରା

ହସନ୍ତି ସୁରୁଜ ଶଶି

ହସୁଛି ଆକାଶ ହସେ ବନ ଗିରି

ହସେ ଦିବା ହସେ ନିଶି

ଆସ ଆସ ମାଆ ହୁଅ ଅବତୀର୍ଣ୍ଣ

ଦୁଃଖୀ ଜନେ ସାହା ହୁଅ।

 ଆଶିଷ ବରଷି ଦିଅ


ନାସିଲ ମହିଶା ଶାନ୍ତ ହେଲା ଧରା

ଶାନ୍ତି ହେଲା ବିରାଜିତ

ଅସତ୍ୟ ରେ ସତ୍ୟ ଅହିଂସା ରେ ହିଂସା

 ହୋଇଗଲା ପରାଜିତ

ଦୁର୍ଗତି ନାଶି ନୀ ଦୁର୍ଗା ମାଆ ମୋର

 ଭକ୍ତ ଜନେ ସାହା ହୁଅ।

    ଆଶିଷ ବରଷି ଦିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational