ଆଶ୍ଚର୍ଯ୍ୟ ହୁଏ ଭାବେ ଯେବେ
ଆଶ୍ଚର୍ଯ୍ୟ ହୁଏ ଭାବେ ଯେବେ
ରଙ୍ଗ ବେରଙ୍ଗର ପ୍ରଜାପତି ଦେଖି
ଆଶ୍ଚର୍ଯ୍ୟ ହୁଏ ମୁଁ ଯେବେ
ଭଳି ଭଳି ଗୁଡ଼ି ଉଡାଇ ଆକାଶେ
ବୁଝିଯାଉଥିଲି ତେବେ
ଫୁଲରେ ସୌନ୍ଦର୍ଯ୍ୟ ଆକାଶେ ନୀଳିମା
ଦେଖିଲେ ଲାଗୁଥିଲା ବିସ୍ମୟ
ଆଜି ଆମ ତ୍ରିରଙ୍ଗା ପତାକା ଦର୍ଶନେ
ଗାଏ ମୋ ଦେଶର ଜୟ
ନଈ କଳକଳ ନଦୀ ଛଳଛଳ ସୂର୍ଯ୍ୟ ଢଳଢଳ
ଦେଖିଲେ ଲାଗେ ଆଶ୍ଚର୍ଯ୍ୟ
ଆଜି ମହାକାଶେ ବ୍ୟୋମଯାନେ ବସି
ଲାଗୁଛି କେତେ ସହଜ
ହଳ ଲଙ୍ଗଳରେ ଜମି ଚାଷ କରି କୃଷକ
ବୋଲଏ ସୈନିକ ପରି ରକ୍ଷକ
କେମିତି ଅଳସୀ ଫୁଟେ ଧାନ ମୁଗ ବିରି ପରି
ଯୁଆଡେ ଯାଅ ଦେଶଯାକ
ସବୁରି ଉପରେ
ଜଣେ ବସି ମହାନାୟକ
କରି କରାଉଥାଏ ହରି
ତା ବିନୁ ଏ ଦୁନିଆରୁ ଶିରୀ ଯିବ ଅପସରି
ସଜୀଵ ହୋଇବେ ନିର୍ଜୀଵ ପରି
ଏତେ କଥା କରି ବିନ୍ଧାଣୀ ସେ ହରି
ଶ୍ରେଷ୍ଠ ଶିଳ୍ପୀ ଜଣେ ନିଶ୍ଚୟ
କୋଣାର୍କ ଦେଖିଲେ ମନେପଡେ ଆଜି
ଶିଳ୍ପୀକୂଳେ ଜନ୍ମି ଜୀବନ୍ତ କଲେ ମୃଣ୍ମୟ
ଯେତିକି ଆଶ୍ଚର୍ଯ୍ୟ ରହିଛି ବିସ୍ମୟ
ନିଶ୍ଚୟ କାହାର ହାତ
ବିଶ୍ୱାକର୍ମା ରୂପେ ଗାନ୍ଧି ଆଜି ନମସ୍ୟ
ତାଙ୍କ ପାଦ ତଳେ କରିବା ମଥାନତ
ବିନା ଅସ୍ତ୍ର ଶସ୍ତ୍ର କେବଳ ଅଂହିଁସା ମନ୍ତ୍ର
ଆଧାରେ ଯେଉଁ ନର
ତତ୍କାଳିନ ସମାଜକୁ ସ୍ବାଧୀନତା ଦେବା
ନିଶ୍ଚୟ ଆଶ୍ଚର୍ଯ୍ୟ ବେଭାର