ଆଶାର ଆଲୋକ
ଆଶାର ଆଲୋକ
ଆଶାର ଆକାଶ ଯେ ଡାକୁଛି ହାତଠାରି,
ଇଚ୍ଛାର ଡେଣା ମେଲି ଯାଅ ବିଶାଳଗଗନେ ଉଡି,
ତୁମେ ହିଁ ପାରିବ ସେ ବିଶାଳ ଗଗନର ପରିସୀମା ମାପି।
ସ୍ବପ୍ନର ରାଇଜେ ତୋଳିବ ତୁମ ଇଚ୍ଛାର ନଗରୀ ,
ଆଶା,ବିଶ୍ବାସ ମନେ ଭରି ଇପ୍ସିତ ପଥେ ଯାଅ ଆଗେଇ,
ସଂସାର ସାଗର ଗର୍ଭୁ ଅଞ୍ଚଳେ ତବ ସଫଳତାର ମୁକ୍ତା ନିଅ ସାଉଁଟି।
ଆଶାର ଆଲୋକେ କରି ଆଲୋକିତ ତମସାଚ୍ଛନ୍ନ ରାତ୍ରି,
ଅନ୍ୟାୟ,ଅଧର୍ମ,ଅସତ୍ୟ ର ଅନ୍ଧକାର ଦିଅ ହେ ଦୂର କରି,
ତୁମେ ଯେ ଆଗାମୀ ବଂଶଧର ଏ ଯୁଗର,ଆଶାର ପ୍ରଦୀପ ଦିଅ ଜାଳି।
