STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ଆଶାର ଆଲୋକ"

"ଆଶାର ଆଲୋକ"

1 min
3.3K

ପ୍ରତିକ୍ଷଣ ଜଲିଜଳି ମରିବା ଅପେକ୍ଷା

ଏକାଥରେ ମରିବା ଭଲ

ପ୍ରତିଥର ହାରିବା ଅପେକ୍ଷା

ଏକାଥରେ ହାରିବା ଭଲ


ଜୀବନ ଜୁଇରେ

ଶବ ଜଳିଗଲେ

ପାଉଁଶ ପଡ଼ଇ ଖାଲି

ବିଚରା ନର ସେ

ସବୁ କଥା ଯାଏ ଭୁଲି


ହୀନ ମନ ତାର

ପାପ କର୍ମେ ବ୍ୟସ୍ତ ଥାଏ

ଆପଣା କି ପର

ବୁଝେ ନି ଜମାରୁ ସିଏ


ମହ ମାୟା ସଦା

ଆପଣା କରଇ କେତେ

ବିପଦ ଆସିଲେ

ପଛ କଥା ଯେତେ ଭୁଲଇ ସତେ


ବିଚିତ୍ର ନର ସେ

ଆଶାର ଆଲୋକ ଜାଳେ ମନେ

ଠିକ ଭୁଲ ଯାହା

ଦିଏ ନାହିଁ ସିଏ ଧ୍ୟାନେ


କର୍ମ ଏକାତାର

ନିତି ଆପଣାର ହୁଏ

ଏପାଖ ସେପାଖ ହେଇ ବୁଲେ ଯିଏ

ଶେଷେ ହାତ ଛାଡି ଦିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract