STORYMIRROR

Biswanath Nayak

Abstract

3  

Biswanath Nayak

Abstract

ଆଶାବରୀ ----------

ଆଶାବରୀ ----------

1 min
290

ଯେତେଦିନ ଯାଏ

ମାଆର ପଣତ

ପୋଛୁଥିବ ଆଖିଲୁହ,

     ଦୁନିଆ ବୁକୁରେ

     ସେନେହ ଝରଣା

     ଶୁଖିବକି କେବେ କୁହ

ଯେତେଦିନ ଯାଏ

ପ୍ରିୟାର ଓଠରେ

ଥିବ କୃଷ୍ଣଚୂଡ଼ା ହସ,

     ରହିବ କାହିଁକି

     ବିରହ ବେଦନା

     ପାଇ ସେ ପ୍ରୀତି ପରଶ

ଯେତେଦିନ ଯାଏ

ଦରଦୀ ହୃଦୟ

ଅନ୍ୟ ପାଇଁ ଥିବ ଖୋଲା,

      ନିଆଶିରୀ ଟିଏ

      କାହିଁକି କାନ୍ଦିବ

      ଧରି ଦୁଃଖର ପିଆଲା

ଯେତେଦିନ ଯାଏ

ଶ୍ରାବଣୀ ବରଷା

ବରଷିବ ବାରିଧାରା,

      ବସୁମତୀ ଥିବ

      ସବୁଜ ଶ୍ୟାମଳା

      ସଦା ଫୁଲ ଫଳେ ଭରା

ଯେତେଦିନ ଯାଏ

ମନ ଆକାଶରେ

ଉଇଁଥିବ ଆଶା ରବି,

      ଜୀବନର ତୁଳୀ

      ଆଙ୍କି ଚାଲିଥିବ

      ଭବିଷ୍ୟ ସୁନ୍ଦର ଛବି

ଯେତେଦିନ ଯାଏ

ମଧୁର ମଳୟ

ଯାଉଥିବ ମନ ଛୁଇଁ,

      କୋଇଲି ଗାଇବ

      ରାଗ ଆଶାବରୀ

      ସାତ ସୁରେ ବୀଣା ବାଇ

ଯେତେଦିନ ଯାଏ

ଭକତି ପ୍ରଦୀପ

ଜଳିବ ମନ ମନ୍ଦିରେ,

      ନବୀନ ନୀରଦ

      ଶ୍ୟାମ ବିରାଜିବେ

      ଭକ୍ତ ହୃଦୟ କନ୍ଦରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract