STORYMIRROR

Narendra Sahu

Inspirational

2  

Narendra Sahu

Inspirational

ଆଶା

ଆଶା

1 min
13.8K


ଆଶା

********************

ଜନ୍ମରୁ ଯୌବନ ବୟସର ପ୍ରତ୍ଯେକ ପାହାଚେ,

ପାଇଛି ନୂଆ ଅନୁଭୂତି,ବାଣ୍ଟିଛି ସାଇତା କିଛି ସ୍ମୃତି

ପିପାସା ମେଣ୍ଟି ତ ପାରୁନି,

ନିତି ନିତି ପାଇବି କି କିଛି ନୂତନତ୍ୱର ସନ୍ଧାନ,

ଆଶା ମନରୁ ଛାଡୁନି,ବଢୁଛି ପ୍ରତ୍ଯାଶା।


ଆଶାର ଭଉଁରି ଘୁରେ ଧିରି ଧିରି

ଚକ୍ରବ୍ଯୁହଟିଏ ପରି ମନ ଭିତରେ ସତେକି,

ଆଶାର ସନ୍ଧାନେ ଠେଲି ଦେବ କୋଉ ଏକ ଗଣ୍ଡରେ

ସେଠି ବି ଆଶାର ଚାହିଦା ରହିବ,

ମୁକୁଳିବାର ବାଟକୁ ଖୋଜିବାର ଆଶା

ଶେଷରେ ବଢିବ ମୁକ୍ତିର ପ୍ରତ୍ଯାଶା।


ଜୀବନ ଆଶା ନିରାଶାର ଦୋ ଛକି ଖେଳରେ

ଜିତିବାର ଆଶା ବଢେ ପ୍ରତି ମୂହୁର୍ତ୍ତରେ,

କିନ୍ତୁ ଭାବନା ଆନ୍ଦୋଳିତ କରେ ମନକୁ,

କାହିଁକି ବୃଥାରେ ଭାସୁ ଆଶା ର ସୁଅରେ

ଯୋଉଠି ଅନ୍ଧାରର ପାଚେରୀ ଘେରା,

ଆଶାକୁ କି ଅବା ଭରସା।।


ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational