STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଆଶା

ଆଶା

1 min
222


ମନୁଷ୍ୟ ଜୀବନେ ଆଶା ଅସୁମାରୀ

   ସତେ ଅବା ନଈବାଲି

କିଛି ଆଶା ତାର ପୁରଣ ହୁଅଇ

   କିଛି ରହିଯାଏ ଖାଲି।। 


ତଥାପି ଛାଡେନା କେବେ ଆଶା ତାକୁ

   ସ୍ୱପ୍ନର ମିନାର ତୋଳେ

କର୍ମଠୁ ଅଧିକ ଆଶା କରି ସିଏ

  ପଡିଥାଏ ପଛେ ତଳେ।। 


ଆଶା ଦେଇଥାଏ ମନରେ ବେଦନା

    ଯଦି ପୂରଣ ନହୁଏ

କିଛି ଉଚ୍ଚ ଆଶା ସମାଜ ଉନ୍ନତି

   ପାଇଁ ଯେ,ଉଦ୍ଦିଷ୍ଟ ଥାଏ।। 


ଆଶାର ବିନାଶେ ଦୁଃଖର ବିନାଶ

   ଅଟେ ବୁଦ୍ଧଙ୍କର ବାଣୀ

ଆଶାର ସାଗରେ ମନୁଷ୍ୟ ଭାସଇ

   ସବୁ କିଛି ଜାଣି ଶୁଣି।। 


ହେ ମାନବ ବୃଥା ଆଶା ନକରିଣ

    କର୍ତ୍ତବ୍ୟ କର ସାଧନ

ପରମାତ୍ମା କୃପା, କରିବେ ଅବଶ୍ୟ

   ଆଶା ହୋଇବ ପୂରଣ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational