ଆଶା
ଆଶା
ଆଶା କେବେ ଜୀବନେ ଏତେ ବଢ଼ି ଯାଏ
ଆଶା ହିଁ ତ ନିରାଶା ର କାରଣ ହୋଇ ଯାଏ
ଆଶା ମନ ରେ ଘରକରି ରହିଯାଏ
ଆଶାରେ ରହି ମଣିଷ ତାର ସବୁ କିଛି ଭୁଲିଯାଏ
ଅତ୍ୟଧିକ ଆଶା ପାଇଁ ମଣିଷ ଦୁଃଖ ଭୋଗ କରିଥାଏ
ଆଶା ବେଳେବେଳେ ଭାଙ୍ଗି ଚୁରମାର ହୁଏ
ଆଶା ରଜନୀ ରେ ଥାଏ ମଣିଷ ଆଲୋକ ଖୋଜୁଥାଏ
ଆଶାର ଆଲୋକ ନ ପାଇ ମଣିଷ ଅନ୍ଧକାରେ ହଜିଯାଏ
ଆଶା ହିଁ ମଣିଷକୁ ବିପଦ ମୁଖକୁ ଟାଣି ନିଏ
ମଣିଷକୁ ଲୋଭି କରାଇ ମଣିଷ ର କ୍ଷତି କରୁଥାଏ
ଆଶା ଏକ ବିଶାଳ ସମୁଦ୍ର ହୋଇ ଜୀବନେ ଆସେ
ଅଧିକ ଆଶା କରି କରି ମଣିଷ ହତାଶ ନିରାଶ ହୋଇ ବସେ ll
