STORYMIRROR

baishnaba meher

Action Others

3  

baishnaba meher

Action Others

ଆଶା ପୁନଃ ଜନ୍ମର

ଆଶା ପୁନଃ ଜନ୍ମର

1 min
11.5K

ଆଜି ପୁଣି ଚେଇଁବ ଦାହ କଙ୍କାଳ,

ମାଟି ତଳୁ ଆଜି ଉଠିବ ସ-ଶରୀରେ,

ପ୍ରତିଶୋଧ ନେବ ତା ଉପରେ ହୋଇଥିବା

ସବୁତକ ଅତ୍ୟାଚାର, ବ୍ୟଭିଚାର ଆଉ ଅକୃତ୍ୟର ।


ଆଗ ଭଳି ଆଉ ଚୁପ୍ ରହିବନି,

ଶିଖି ଯାଇଛି ଅନେକ ନୂଆ କଥା,

ନୀରବରେ ମାଟି ତଳୁ ପରଖି ନେଇଛି

ଅମଣିଷକୁ, ଯିଏ ମୁଖା ପିନ୍ଧିଛି ଭଦ୍ରତାର ।


ଅମୃତ କଳସ ପିଇ, ପାଇଯିବ ଜୀବନ୍ୟାସ,

ଦେଖିବ ଯାଇ ଥରେ ପୁତ୍ର-ବଧୁ ରୂପ,

ପାଉଁଶ ତଳୁ କେତେ ଖୋଜିଛି ପତ୍ନୀକୁ ତାର

ଦେଖି ଆସିବ ଝିଅ-ଜ୍ୱାଇଁଙ୍କୁ ଗୋଟେଥର ।


ଜୀଇଁ ଥାଉଥାଉ ଯିଏ ଭାଙ୍ଗିଛି ତା'ଘର,

ପଚାରିବ ଯାଇ କିଅବା ଭୁଲ ତା'ର,

ଗରିବ, ସମର୍ଥ୍ୟ ହୀନ, ଛୋଟ ଜାତି...

ନାହିଁକି ଏମାନଙ୍କ ବଞ୍ଚିବାର କିଛି ଅଧିକାର ।


ବଙ୍ଗଳା ନଥିଲା, ଥିଲା ତ ଚାଳଘର,

ବଡ଼ ପରିକଳ୍ପନା(project) ନାମେ କଲେ ନାରଖାର,

ପଚାରିବ ଯାଇ ଥରେ ସେ ଅଧିକାରୀଙ୍କୁ

ଯିଏ ଲେଖିଥିଲା ଅଧିକାରପତ୍ର ତା ମୃତ୍ୟୁର ।


ଭୋକିଲା ପେଟେ ପାଳୁଥିଲା ଛୋଟ ସଂସାର,

ବଡ଼ବଡ଼ିଆ ଛଡେଇ ନେଲେ ବଞ୍ଚିବାର ଅଧିକାର,

କାହାକୁ କେତେ ପ୍ରଶ୍ନ କରିବ ଭାବି

ପୁଣି ନରମିଯାଏ ଆଶା ପୁନଃ ଜନ୍ମର ।



Rate this content
Log in

Similar oriya poem from Action