STORYMIRROR

Snigdha Nayak

Inspirational Children

4  

Snigdha Nayak

Inspirational Children

ଆଶା ଦିଦି

ଆଶା ଦିଦି

1 min
217

ଚାଲିଛି ସଚେତନତା ଶିବିର

ରୁଣ୍ଡ ହେଲେଣି ଲୋକ ଗାଁ'ଯାକର


ଆଶାକର୍ମୀ ବୁଲୁଛନ୍ତି ଘରଘର

ବ୍ୟାପିଛି ମେଲେରିଆ, ହେଉଛି ଜ୍ୱର


କହୁଛନ୍ତି ଆଶାଦିଦି ରଖ ସଫାସୁତୁରା ଚାରିଦିଗ

ନ କାମୁଡିବେ ଯେମିତି ମଶା ଏ କଥାକୁ ଜଗ


ଜମିବାକୁ ଦିଅନି ଅଳିଆ, କି ଆଖେପାଖେ ପାଣି

ଶୋଇବ ସଭିଏଁ ଘରଯାକ ରାତିରେ ମଶାରୀ ଟାଣି


କମ୍ପନ ଜ୍ୱର ସଂଗେ ବାନ୍ତି କି ହେଲେ ଦେହ ବଥା

ଯିବ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ହୋଇ ଅଥା


ବୁଝାଇ କହିଲେ ଆଶା ଦିଦି ,ସ୍ୱାସ୍ଥ୍ୟ ହିଁ ସମ୍ପଦ 

ରହି ଜାଣିଲେ ଟଳିଯାଏ ପରା ସବୁ ବିପଦ



Rate this content
Log in

Similar oriya poem from Inspirational